fbpx

ସୁନାଝିଅ ନେଲେ ଅବସର, ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବା ପରେ ଭିନେଶ ଫୋଗଟ ନେଲେ ସନ୍ୟାସ

ଓଡିଶା ଭାସ୍କର: ସୁନା ଜିତିବାର ଥିଲା, ହେଲେ ଅଯୋଗ୍ୟ ହୋଇଗଲେ । ତାହା ପୁଣି ନିଜର ୧୦୦ ଗ୍ରାମ ଓଜନ ପାଇଁ । ଗୋଟିଏ ଦିନରେ ବଦଳିଗଲା ଭିନେଶଙ୍କ ରାଶିଫଳ । ଭଲରୁ ଖରାପ ହୋଇଗଲେ । କୁସ୍ତି ଜିତିଗଲା, ଭିନେଶ ହାରିଗଲେ । ଶେଷରେ କୁସ୍ତିରୁ ସବୁଦିନ ପାଇଁ ସନ୍ୟାସ ନେଇଗଲେ ।
ନିରାଶତା କାରଣରୁ ଭିନେଶ ଆଜି ସକାଳୁ ସକାଳୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ସେ କୁସ୍ତିରୁ ସନ୍ୟାସ ନେଇଥିବା କଥା ଉଲ୍ଲେଖ କରିଛନ୍ତି । କୁସ୍ତିଯୋଦ୍ଧା ତଥା ଭାରଚତର ଏହି ସୁନା ଝିଅଙ୍କ ପାଇଁ ଦେଶ ଆଜି ଗର୍ବିତ ତଥା ମ୍ରିୟମାଣିତ । ତାଙ୍କର ସନ୍ୟାସ ନେବା ପୋଷ୍ଟରେ ସେ ଲେଖିଛନ୍ତି ଯେ, କୁସ୍ତି ଜିତିଗଲା ଓ ସେ ହାରିଗଲେ । ତାଙ୍କର ପାଖରେ ଆଉ ସାହସ ନ ଥିବା କଥା ଭିନେଶ କହିଛନ୍ତି । ଅଲବିଦା କୁସ୍ତି ୨୦୦୧-୨୦୨୪ ବୋଲି ସେ ଲେଖିଛନ୍ତି । ସେ ସମସ୍ତଙ୍କ ପାଖରେ ଋଣି ରହିବେ ବୋଲି ମଧ୍ୟ ଭିନେଶ ଜଣାଇଛନ୍ତି । ତାହାସହ ସମସ୍ତଙ୍କୁ ଭିନେଶ କ୍ଷମା ପ୍ରାର୍ଥନା କରିଛନ୍ତି ।

କହିରଖୁ, ଗତକାଲି ସକାଳୁ ଓଜନ ମାପିବା ପରେ ଭିନେଶ ବିଫଳ ରହିଥିଲେ । ତାଙ୍କୁ ତାଙ୍କର ୧୦୦ ଗ୍ରାମ ଓଜନ ବଢିଥିବାରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ସେ ଐତିହାସିକ ସ୍ୱର୍ଣ୍ଣ ଜିତାବାରୁ ବଞ୍ଚିତ ମଧ୍ୟ ହେଲେ । ୨୯ ବର୍ଷୀୟ ଭିନେଶ ଅଲିମ୍ପିକ୍ସ କୁସ୍ତି ଫାଇନାଲରେ ପହଞ୍ଚିବାର ପ୍ରଥମ ଭାରତୀୟ ମଧ୍ୟ ହୋଇଥିଲେ । ସେ ମହିଳା ୫୦ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ତ ନିଜ ନାମରେ କରି ସାରିଥିଲେ । ଏହାସହ ସେ ସ୍ୱର୍ଣ୍ଣ ଜିତିବାର ସୁବର୍ଣ୍ଣ ସୁଯୋଗ ବି ହାତଛଡା କରିଦେଲେ ।
ନିଜର ଫାଇନାଲ ମୁକାବିଲା ପୂର୍ବରୁ ଭିନେଶଙ୍କ ଓଜନ ମପାଯାଇଥିଲା । ତାଙ୍କର ଓଜନ ଅଧିକ ହେବାରୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସଂଘ ତାଙ୍କୁ ଅଯୋଗ୍ୟ ଘୋଷିତ କରି ଦେଲା । ତାଙ୍କ କୋଚ, ସହଯୋଗୀ ଷ୍ଟାଫ ତଥା ଭାରତୀୟ ଅଲିମ୍ପିକ୍ସ ସଂଘର ସହଯୋଗ ବି ଶେଷରେ କାମରେ ଆସିଲାନି । ସେଥିପାଇଁ ଭିନେଶ ମର୍ମାହତ ହେଲୋ ତାହାସହ ଦୁଃଖରେ ବେହୋସ ହୋଇ ଡାକ୍ତରଖାନାରେ ଭର୍ତ୍ତି ବି ହେଲେ । ସୁନା ଝିଅ ଭିନେଶ ରାତାରାତି ଅଯୋଗ୍ୟ ଘୋଷିତ ହେବାକୁ ନେଇ ସାରା ଭାରତରେ ଏବେ ନିରାଶ ଖେଳିଯାଇଛି ।

Get real time updates directly on you device, subscribe now.