fbpx

୫୦ ଲକ୍ଷ ଭାରତୀୟଙ୍କ ୩୪୧ କୋଟି ଠକିନେଲା ଚୀନ ଆପ୍‌, ଟଙ୍କା ଦ୍ୱିଗୁଣା ହେବା ଲୋଭରେ ଫସିଗଲେ ଲୋକେ

ନୂଆଦିଲ୍ଲୀ: ବର୍ତ୍ତମାନ ଡିଜିଟାଲର ଯୁଗ ଚାଲିଛି। ମାତ୍ର ଗୋଟିଏ କ୍ଲିକରେ ସବୁକିଛି ମିଳିଯାଉଛି। ଘରେ ବସି ଅନଲାଇନ ପେମେଣ୍ଟଠାରୁ ନେଇ ସମସ୍ତ କାର୍ଯ୍ୟ ଖୁବ ସହଜରେ ହେଉଛି। କରୋନା ଭାଇରସ ଲକଡାଉନ ପରେ ଡିଜିଟାଲ କାର୍ଯ୍ୟରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। ତେବେ ଏହାରି ମଧ୍ୟରେ ଚୀନ ଆପ ଲକ୍ଷ ଲକ୍ଷ ଭାରତୀୟଙ୍କଠାରୁ କୋଟି କୋଟି ଟଙ୍କା ଠକିନେଇଛି। ଏହି ଚାଇନିଜ ଆପ ଅନେକ ଲୋକଙ୍କୁ ବ୍ଲାକମେଲ ମଧ୍ୟ କରିଛି। ଏପରି ଏକ ଚାଇନିଜ ଆପ ପାୱାର ବ୍ୟାଙ୍କ ଅଟେ। ଏହାରି ମାଧ୍ୟମରେ ୪ ମାସରେ ୫୦ ଲକ୍ଷରୁ ଅଧିକ ଲୋକଙ୍କଠାରୁ ୩୪୧ କୋଟି ଟଙ୍କାର ଠକେଇ ହୋଇଛି।

ପାୱାର ବ୍ୟାଙ୍କ ଠକେଇର ଖୁଲାସା ଉତ୍ତରାଖଣ୍ଡ ପୋଲିସ କରିଛି। ପ୍ରବର୍ତନ ନିର୍ଦ୍ଦେଶାଳୟ ଏହି ଦୁର୍ନୀତିର ଯାଞ୍ଚ ଆରମ୍ଭ କରିସାରିଛି। ଯେଉଁଥିରେ ମେ ୨୦୨୧ ମଧ୍ୟରେ କୋଟି କୋଟି ଟଙ୍କା ଭାରତୀୟଙ୍କଠାରୁ ଠକି ନିଆଯାଇଛି। ଲୋକଙ୍କୁ ପ୍ରଲୋଭିତ କରାଯାଇଥିଲା ଯେ, ୧୫ ଦିନରେ ଆପଣଙ୍କ ଟଙ୍କା ଦ୍ୱିଗୁଣା ହୋଇଯିବ। ଏହି ଆପକୁ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରାଯାଇପାରିବ।

ମିଡିଆ ରିପୋର୍ଟ ଅନୁଯାୟୀ, ପାୱାର ବ୍ୟାଙ୍କ ଆପକୁ ପବ୍ଲିସ କରୁଥିବା କମ୍ପାନୀର ନାମ ଇଣ୍ଡିଆ ପାୱାର ଥିଲା। ଏହାକୁ ବେଙ୍ଗାଲୁରୁର ଏକ ଟେକ୍ନୋଲୋଜୀ ତିଆରି କରିଥିଲା।ଏହି କମ୍ପାନୀ ଉପରେ ମାର୍ଚ୍ଚ ୨୦୨୧ରୁ ମେ ୨୦୨୧ ସମୟରେ ୩୪୧ କୋଟି ଟଙ୍କା ନେଇଥିବାର ଅଭିଯୋଗ ଲାଗିଥିଲା। ପ୍ରବର୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ-ଏନସିଆର, ମୁମ୍ବାଇ ଏବଂ ଗୁଜରାଟ ତଦନ୍ତ ଅଭିଯାନ ଚଳାଇଛି। ଏଥିରେ ଅନେକ ଇଲେକ୍ଟ୍ରୋନିକ୍ସ ପ୍ରମାଣ ଏବଂ କାଗଜପତ୍ର ଜବତ କରାଯାଇଥିଲା।

Get real time updates directly on you device, subscribe now.