fbpx

(video): ଆଇଟମ ନମ୍ବର ପାଇଁ ଚର୍ଚ୍ଚାରେ ତମନ୍ନା, ଭାଟିଆଙ୍କ ଇଣ୍ଟିମେଟ ଦୃଶ୍ୟରେ ଘାଇଲା ହୋଇଥିଲେ ଦର୍ଶକ, କହିଥିଲେ ପୁରୁଷ ଅଭିନେତା ବେଶୀ ନର୍ଭସ ଥାଆନ୍ତି…

ଓଡିଶା ଭାସ୍କର: ରୂପୟସୀ ତମନ୍ନା ଭାଟିଆଙ୍କ ଅନେକ ରୂପ ରହିଛି । କେତେବେଳେ ସେ ଅଭିନୟ କରନ୍ତି ତ କେତେବେଳେ ପୁଣି ଆଇଟମ ଗୀତରେ ନାଚି ଦର୍ଶକଙ୍କୁ ଘାଇଲା କରି ଥାଆନ୍ତି । ‘ସ୍ତ୍ରୀ୨’ ସିନେମାରେ ତାଙ୍କ ଆଇଟମ ଗୀତକୁ ନେଇ ଚାରିଆଡେ ଏବେ ଚର୍ଚ୍ଚା । ଏହି ସିନେମାରେ ସେ ‘ଆଜ କି ରାତ’ ଗୀତରେ ସିନେପ୍ରେମୀଙ୍କୁ ମନୋରଞ୍ଜନର ଭରପୂର ଖୋରାକ ଯୋଗାଉଛନ୍ତି । ଏବେ ଅଭିନେତ୍ରୀ ତମନ୍ନା ଆଉ ବୋଲ୍ଡ ସିନକୁ ଡରୁ ନାହାନ୍ତି । ଦିନକୁ ଦିନ ସେ ଅଧିକ ରୂପୟସୀ ସହ ସେକ୍ସି ଓ ବୋଲ୍ଡ ବି ଲାଗୁଛନ୍ତି ।

 

View this post on Instagram

 

A post shared by Saregama India (@saregama_official)

ଏହା ପୂର୍ବରୁ ତମନ୍ନାଙ୍କୁ ‘ଲଭ ଷ୍ଟୋରିଜ-୨’ ରେ ବୋଲ୍ଡ ସିନ କରିଥିଲେ । ‘କରଦା’ ସିନେମାରେ ବି ସେ ଖୋଳିକି ଇଣ୍ଟିମେଟ ସିନ ଦେଉଥିଲେ । ‘ଲଭ ଷ୍ଟୋରିଜ-୨’ ରେ ଅଭିନେତ୍ରୀ ତମନ୍ନା ବିଜୟ ବର୍ମାଙ୍କ ସହ ଯାହା କରୁଥିସଲେ, ରାତିରେ ମୋବାଇଲରେ ଦର୍ଶକେ ଏକା ଦେଖିବାକୁ ପସନ୍ଦ କରୁଥିଲେ । ଯାହା ଚାରିଆଡେ ସେହି ସମୟରେ ଝଡ ଭଳି ବ୍ୟାପିଯାଇ ଲୋକଙ୍କ ହୃଦୟରେ ଅଗ୍ନି ପ୍ରବାହିତ କରିଥିଲା । ସେ ଅଗ୍ନିର ନା ଥିଲା ତମନ୍ନା ।

ସେହି ବିଜୟ ବର୍ମାଙ୍କୁ ହିଁ ତମନ୍ନା ଡେଟ ବି କରୁଛନ୍ତି । ରିଲ ଓ ରିୟଲ ଲାଇଫରେ ସେମାନେ ପ୍ରେମରେ ଉଡି ବୁଲୁଛନ୍ତି । ବିଜୟ ବର୍ମାଙ୍କୁ ତମନ୍ନା ‘ଲଭ ଷ୍ଟୋରିଜ-୨’ ସିନେମା ପରେ ହିଁ ଡେଟ କରିବା ଆରମ୍ଭ କରିଥିଲେ । ଇଣ୍ଟିମେଟ ଦୃଶ୍ୟକୁ ନେଇ ତମନ୍ନା କହିଛନ୍ତି ଯେ, ଏମିତି ଦୃଶ୍ୟ ସୁଟିଂ କରିବା ସମୟରେ ପୁରୁଷ ଅଭିନେତା ବେଶୀ ନର୍ଭସ ଥାଆନ୍ତି ।

Get real time updates directly on you device, subscribe now.