fbpx

ଢାକାରେ ପହଞ୍ଚିଲେ ପ୍ରଫେସର ମହମ୍ମଦ ୟୁନୁସ; କହିଲେ ‘ଯେମିତି ବାଂଲାଦେଶ ଦ୍ୱିତୀୟ ସ୍ୱାଧୀନତା ପାଇଲା’

ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାରର ପ୍ରମୁଖ ପରାମର୍ଶଦାତା ତଥା ନୋବେଲ ବିଜେତା ମହମ୍ମଦ ୟୁନୁସ୍ ନିଜ ଦାୟିତ୍ୱ ଗ୍ରହଣ କରିବା ପାଇଁ ନିଜ ଦେଶରେ ପହଞ୍ଚିଛନ୍ତି । ମହମ୍ମଦ ୟୁନୁସ୍ ବିମାନରୁ ଢାକା ବିମାନ ବନ୍ଦରରେ ଅବତରଣ କରିଛନ୍ତି । ବାଂଲାଦେଶରେ ପହଞ୍ଚିବା ମାତ୍ରେ ସେ କହିଥିଲେ ଯେ ଦେଶରେ ବହୁତ କାମ କରିବାର ଅଛି । ଗଣମାଧ୍ୟମକୁ ସେ କହିଛନ୍ତି ଯେ ବାଂଲାଦେଶର ଲୋକମାନେ ଉତ୍ସାହିତ ଅଛନ୍ତି ।

ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ, ସାମରିକ ନେତା ଓ ଛାତ୍ର ନେତାଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ପ୍ରଫେସର ୟୁନୁସଙ୍କୁ ମନୋନୀତ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେନା ନେତୃତ୍ବାଧୀନ ସରକାରକୁ ଗ୍ରହଣ କରିବେ ନାହିଁ ବୋଲି ବାଂଲାଦେଶୀ ଛାତ୍ରମାନେ କହିଛନ୍ତି । ତେବେ ଛାତ୍ରମାନେ ପ୍ରଫେସର ୟୁନୁସଙ୍କ ନେତୃତ୍ୱକୁ ଗ୍ରହଣ କରିଥିଲେ ।

ମହମ୍ମଦ ୟୁନୁସ ଗଣମାଧ୍ୟମକୁ କହିଛନ୍ତି ଯେ ଆଜି ଆମେ ଦ୍ୱିତୀୟ ସ୍ୱାଧୀନତା ପାଇଛୁ ବୋଲି ମନେ ହେଉଛି । ମହମ୍ମଦ ୟୁନୁସ ମଧ୍ୟ ବାଂଲାଦେଶରେ ଆଇନ ଶୃଙ୍ଖଳା ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ଜୁନ୍ ମାସରୁ ଆରମ୍ଭ ହୋଇଥିବା ସଂରକ୍ଷଣ ବିରୋଧୀ ଆନ୍ଦୋଳନରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି । ଯେଉଁଥିଲାଗି ବାଂଲାଦେଶର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଥିବା ଶେଖ ହସିନା ମଧ୍ୟ ଦେଶ ଛାଡିବାକୁ ବାଧ୍ୟ ହୋଇଥିଲେ ।

Get real time updates directly on you device, subscribe now.