fbpx

ଭାରତର ଐତିହାସିକ ବିଜୟ…ହକି ଟିମକୁ ଫୋନ୍ କରି ଜଣାଇଲେ ଶୁଭେଚ୍ଛା, ଜାଣନ୍ତୁ କ’ଣ କହିଲେ ?

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ବାଜି ମାରିଲା ଭାରତୀୟ ହକି ଦଳ । ସ୍ପେନକୁ ପ୍ଲେ ଅଫରେ ୨-୧ରେ ପରାସ୍ତ କରି କାଂସ୍ୟ ପଦକ ଜିତିବାରେ ସଫଳ ହୋଇଛି ଭାରତୀୟ ହକି ଦଳ । ବର୍ତ୍ତମାନ ସୋସିଆଲ ମିଡିଆରୁ ଭାରତୀୟ ହକି ଟିମ୍ ପାଇଁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି କ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ ବ୍ୟକ୍ତି ବିଶେଷ ଭାରତୀୟ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

ଦୀର୍ଘ ୫୦ ବର୍ଷ ପରେ ଭାରତ ଅଲିମ୍ପିକରେ କ୍ରମାଗତ ଭାବେ ପଦକ ଜିତିବାରେ ସଫଳତା ଅର୍ଜନ କରିଛି । ଏହା ସହ ଅଲିମ୍ପିକ୍ସରେ ୮ ଥର ଚମ୍ପିଆନ ହୋଇଥିବା ଭାରତୀୟ ହକି ଟିମ୍ ପାଇଁ ଏହା ୧୩ତମ ପଦକ । ଅଧିନାୟକ ହରମନ ପ୍ରୀତ ସିଂହଙ୍କ ଅଧିନାୟକତ୍ୱରେ ଟିମ୍ ଉକ୍ରୃଷ୍ଟ ପ୍ରଦର୍ଶନ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ’ରେ ହକି ଟିମକୁ ଶୁଭେଚ୍ଛା ଜଣାଇ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଏହା ଏଭଳି ଏକ ସଫଳତା ଯାହା ଆଗାମୀ ପିଢ଼ି ମନେ ରଖିବେ । ଭାରତୀୟ ହକି ଟିମ୍ ଅଲିମ୍ପିକ୍ସରେ ଉତ୍ତମ ପ୍ରଦର୍ଶନ କରି କାଂସ୍ୟ ପଦକ ଜିତିଛି । ଏହା ଅଲିମ୍ପିକରେ ତାଙ୍କର ୨ୟ ପଦକ । ଏହା ଖେଳାଳିଙ୍କ ସଫଳତା, କୌଶଳ, ଦୃଢ଼ତା ଏବଂ ଟିମ୍ ଭାବନାର ବିଜୟ । ସୋମନଙ୍କ ପାଖରେ ବହୁତ ସାହସ ରହିଛି । ପ୍ରତେକ ଭାରତୀୟ ହକି ସହ ଭାବନାତ୍ମକ ଭାବେ ଜଡ଼ିତ ଏବଂ ଏହି ଉପଲବ୍ଧି ଦେଶର ଯୁବକଙ୍କ ମଧ୍ୟରେ ଖେଳକୁ ଆହୁରି ଲୋକପ୍ରିୟ କରିବ ।’

 

Get real time updates directly on you device, subscribe now.