fbpx

ରୌପ୍ୟ ପାଇବେ ଭିନେଶ! ସିଏଏସ ସ୍ୱୀକାର କଲା ଯାଚିକା, ଆଇଓଏସ ତାଙ୍କ ମାମଲା ଲଢିବା ପାଇଁ ହରିଶ ସାବ୍ଲେଙ୍କୁ କଲା ସମ୍ପର୍କ….

ଓଡିଶା ଭାସ୍କର:ଖେଳ ପଞ୍ଚାୟତ ନ୍ୟାୟାଳୟ ( ସିଏଏସ ) ଭିନେଶ ଫୋଗଟଙ୍କ ଅପିଲର ଶୁଣାଣି ପ୍ୟାରିସ ସମୟ ୯ ଟା ୩୦ ରେ ଆରମ୍ଭ ହେବାର ସମ୍ଭାବନା ରହିଛି । ଯାହା ଭାରତୀୟ ସମୟାନୁସାରେ ଆଜି ଅପରାହ୍ନ ୧ ଟା ସମୟ ହେବ । ଅନ୍ତରିଣ ଫଇସଲା ପ୍ରାୟ ୧ ଘଣ୍ଟା ପରେ ଆସିବାର ସମ୍ଭାବନା ମଧ୍ୟ ରହିଛି । ଏହା ଭାରତୀୟ ଅଲିମ୍ପିକ୍ସ ସଂଘ ତଥା ଭିନେଶଙ୍କ ପାଇଁ ଏକ ବଡ ଉପଲବ୍ଧି ହେବ ।

ସଂଯୁକ୍ତ ରଜତ ପଦକ ପାଇଁ ମହିଳା ୫୦ କିଲୋଗ୍ରାମ ବର୍ଗରେ ଭିନେଶଙ୍କ ଯାଚିକାକୁ ସ୍ୱୀକାର କରିଛି ସିଏଏସ । ପ୍ରକାଶଥାଉ ଯେ, ଭିନେଶଙ୍କୁ ଆମେରିକୀୟ କୁସ୍ତିଯୋଦ୍ଧା ସାରା ଏନ ହିଲ୍ଡେବ୍ରାଣ୍ଟଙ୍କ ସହ ସ୍ୱର୍ଣ୍ଣରେ ଅବତୀର୍ଣ୍ଣ ହେବାର ଥିଲା । ମାତ୍ର ଏହାର ୪ ଘଣ୍ଟା ପୂର୍ବରୁ ତାଙ୍କୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା କରାଗଲା । ଭାରତୀୟ କୁସ୍ତିଯୋଦ୍ଧା ଭିନେଶଙ୍କ ଓଜନ ପ୍ରାୟ ୧୦୦ ଗ୍ରାମ ଅଧିକ ରହିବାରୁ ସେ ପ୍ରତିଯୋଗିତାରେ ଭାଗ ନେଇ ପାରି ନ ଥିଲେ । ଅଲିମ୍ପିକ୍ସ ଫାଇନାଲରେ ପ୍ରଥମ ଭାରତୀୟ କୁସ୍ତିଯୋଦ୍ଧା ଭାବରେ ସେ ପ୍ରବେଶ କରିଥିଲେ । ତାଙ୍କଠୁ ଭାରତ ସ୍ୱର୍ଣ୍ଣ ଜିତିବାର ଢେର ଆଶା ରଖିଥିଲା । ମାତ୍ର ଅଯୋଗ୍ୟ ଘୋଷିତ ହେବା ଫଳରେ ସେ ତାଙ୍କର ରଜତ ପଦକ ମଧ୍ୟ ହରାଇ ପୋଡିୟମ ଫିନିସରୁ ବଞ୍ଚିତ ହେଲେ ।

ଭିନେଶ ଅଯୋଗ୍ୟ ଘୋଷିତ ହେବା ପରେ କ୍ୟୁବାର ୟୁସ୍ନେଲିସ ଗୁଜମାନ, ଯାହାଙ୍କୁ ଭିନେଶ ସେମିଫାଇନାଲରେ ହରାଇଥିଲେ ସେ ଫାଇନାଲରେ ପ୍ରବେଶ କଲେ । ମାତ୍ର ଆମେରିକୀୟ କୁସ୍ତିଯୋଦ୍ଧା ଗୁଜମାନ ହିଲ୍ଡେବ୍ରାଣ୍ଟଙ୍କୁ ହରାଇ ଆମେରିକା ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଚତୁର୍ଥ ମହିଳା ହୋଇଗଲେ ।

Get real time updates directly on you device, subscribe now.