fbpx

ହକି ମଇଦାନକୁ ଫେରୁଛନ୍ତି ଶ୍ରୀଜେଶ୍: ନୂଆ ରୂପରେ ଆରମ୍ଭ କରିବେ ଦ୍ୱିତୀୟ ଇନିଂସ

ନୂଆଦିଲ୍ଲୀ: ଅଲିମ୍ପିକରେ ବ୍ରୋଞ୍ଜ ପଦକ ପାଇବା ପରେ ହକି ଦଳରୁ ବିଦାୟ ଘୋଷଣା କରିଛନ୍ତି ଟିମ୍ ଇଣ୍ଡିଆର ‘ଦିୱାର’ ଶ୍ରୀଜେଶ । କିନ୍ତୁ ନିଜର ପ୍ରିୟ ଖେଳରୁ ସେ ଦୂରେଇ ରହି ପାରି ନାହାନ୍ତି । ଅବସର ନେବାର ମାତ୍ର ୧୬ ଘଣ୍ଟା ପରେ ପୁଣିଥରେ ହକି ମଇଦାନକୁ ତାଙ୍କ ଫେରିବା ନେଇ ଘୋଷଣା ହୋଇଯାଇଛି । ପୁଣିଥରେ ଭାରତୀୟ ହକି ଦଳକୁ କମବ୍ୟାକ କରିବେ ଗୋଲ୍ କିପର ଶ୍ରୀଜେଶ । ଏକ ନୂଆ ରୂପ ଏବଂ ନୂଆ ଦାୟିତ୍ୱରେ ଶ୍ରୀଜେଶ ଭାରତୀୟ ଦଳ ସହିତ ସାମିଲ ହେବାକୁ ଯାଉଛନ୍ତି । ଏ ନେଇ ହକି ଇଣ୍ଡିଆ ତରଫରୁ ଘୋଷଣା କରାଯାଇଛି ।

ଗୋଲ୍ ପୋଷ୍ଟରେ ଦମଦାର ପ୍ରଦର୍ଶନ ଯୋଗୁଁ ଟିମ ଇଣ୍ଡିଆର ଦିୱାର ପାଲଟି ଯାଇଥିଲେ ଶ୍ରୀଜେଶ । କିନ୍ତୁ ପ୍ୟାରିସ ଅଲିମ୍ପିକ୍ସ-୨୦୨୪ ରେ ଭାରତୀୟ ଦଳର ଅଭିଯାନ ସହ ଶ୍ରୀଜେଶଙ୍କ କ୍ୟାରିୟର ମଧ୍ୟ ଶେଷ ହୋଇଛି । ହକି ଜଗତରୁ ଅବସର ଘୋଷଣା କରିଛନ୍ତି ପି.ଆର ଶ୍ରୀଜେଶ । ତେବେ ଏହାକୁ ମାତ୍ର ୧୬ ଘଣ୍ଟା ବିତିଥିବା ବେଳେ ଶ୍ରୀଜେଶଙ୍କୁ ନେଇ ହକି ଇଣ୍ଡିଆ ଏକ ବଡ଼ ଘୋଷଣା କରିଛି । ଅବସର ପରେ ମଧ୍ୟ ଶ୍ରୀଜେଶଙ୍କୁ ଭାରତୀୟ ହକି ଦଳ ସହ ସାମିଲ ରଖିବା ପାଇଁ ନୂଆ ଦାୟିତ୍ୱ ଦେଇଛି ହକି ଇଣ୍ଡିଆ । ଭାରତର ଜୁନିୟର ହକି ଟିମରେ ଶ୍ରୀଜେଶଙ୍କୁ ମୁଖ୍ୟ କୋଚ୍ ଭାବରେ ନିଯୁକ୍ତି କରାଯାଇଛି ।

 

View this post on Instagram

 

A post shared by Hockey India (@hockeyindia)

କୋଚ୍ ଦାୟିତ୍ୱରେ ରହି ଭବିଷ୍ୟତରେ ସାମନା କରିବାକୁ ଥିବା ବିଭିନ୍ନ ଚାଲେଞ୍ଜ ପାଇଁ ଯୁବ ହକି ଖେଳାଳିଙ୍କୁ ପ୍ରସ୍ତୁତ କରିବେ ଶ୍ରୀଜେଶ । ଏହାସହିତ ନିଜ ହକି ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ସନ୍ନ୍ୟାସ ଗ୍ରହଣ କରିବାର ୨୪ ଘଣ୍ଟା ଭିତରେ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଏଣିକି ହକି ମଇଦାନରେ ଆଉ ଏକ ନୂଆ ରୂପ ଏବଂ ନୂଆ ଚରିତ୍ରରେ ନଜର ଆସିବେ ଭାରତର ପୂର୍ବତନ ଗୋଲ୍ କିପର ପି.ଆର ଶ୍ରୀଜେଶ ।

 

Get real time updates directly on you device, subscribe now.