fbpx

୮ଟି ଜିଲ୍ଲାରେ ଉଦ୍‌ଘାଟନ ହେଲା ୧୪ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୮ଟି ଜିଲ୍ଲାରେ ଉଦ୍‌ଘାଟନ ହେଲା ୧୪ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟ । ଉଦ୍‌ଘାଟନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମୟୁରଭଞ୍ଜ ଜିଲ୍ଲାର ତିରିଙ୍ଗ, କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର, ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ଓ ନୂଆଗାଁ, କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଓ ନାରାୟଣପାଟଣା, ନବରଙ୍ଗପୁରର ଝରିଗାଁ, କୋସାଗୁମୁଡ଼, ରାଇଘର ଓ ତେନ୍ତୁଳିଖୁଣ୍ଟି, ରାୟଗଡା ଜିଲ୍ଲାର କାଶୀପୁର ଓ ରମଣଗୁଡା, ଗଞ୍ଜାମ ଜିଲ୍ଲାର ଧରାକୋଟ ଓ କନ୍ଧମାଳ ଜିଲ୍ଲାର ଖଜୁରୀପଦା ଆଦି ଅଞ୍ଚଳରେ ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟର ଉଦ୍‌ଘାଟନ ହୋଇଛି ।

ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଶିକ୍ଷା ହିଁ କେବେଳ ସେହି ମାଧ୍ୟମ ଯାହାଦ୍ୱାରା ଯୁବବର୍ଗ ମାନେ ନିଜକୁ ସଶକ୍ତ କରିବା ସହ ସମାଜରେ ପରିବର୍ତ୍ତନ ଆଣିପାରିବେ । ଉପାନ୍ତ ଅଞ୍ଚଳରେ ନବ ନିର୍ମିତ ଏହି ୧୪ଟି ସରକାରୀ ସ୍ନାତକ ମହାବିଦ୍ୟାଳୟ ଶିକ୍ଷାକ୍ଷେତ୍ରରେ ନିଶ୍ଚିତ ରୂପେ ବିପ୍ଳବ ଆଣିବ । ଏଥି ସହିତ ଛାତ୍ରଛାତ୍ରୀ ମାନଙ୍କର ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ବଢିବା ସହିତ ଡ୍ରପ୍ଆଉଟ୍ ପ୍ରତିଶତ ହ୍ରାସ ପାଇବ । ମନ୍ତ୍ରୀ ଆଜିର ଉଦ୍‌ଘାଟନ ସମାରୋହରେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିବା ନବନିର୍ମିତ ସ୍ନାତକ ମହାବିଦ୍ୟାଳୟର ଅଧ୍ଯକ୍ଷ, ଛାତ୍ରଛାତ୍ରୀ, ସରକାରୀ ଅଧିକାରୀ ଓ ଜନପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.