fbpx

ସ୍ୱାମୀଙ୍କର ଏହି ଗୁଣ ପାଇଁ ରାଗି ଯାଆନ୍ତି ପତ୍ନୀ: ଦାମ୍ପତ୍ୟ ଜୀବନରେ ବଢେ ସମସ୍ୟା

ଓଡ଼ିଶା ଭାସ୍କର: ସ୍ୱାମୀ-ସ୍ତ୍ରୀ ପ୍ରେମ ସାଶ୍ୱତ, ସୁନ୍ଦର ଓ ସେମାନଙ୍କ ପ୍ରେମ ଚିରସ୍ଥାୟୀ। ପ୍ରେମ ହେଉଛି ଏକ ସମ୍ପର୍କ ଯେଉଁଠାରେ ପରସ୍ପର ଯେତେ ସମୟ ବିତାଇଲେ ମଧ୍ୟ ତାହା କମ ପଡିଯାଏ। ଅନ୍ୟପକ୍ଷରେ ଯେତେବେଳେ ଏକ ସମ୍ପର୍କ ମଜବୁତ ହୁଏ ସେତେବେଳେ ଜୀବନରେ ଅନେକ ଆନନ୍ଦ ମିଳେ। ଯେମିତି ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ। ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ପରସ୍ପର ମଧ୍ୟରେ ଝଗଡା ଏବଂ ଭଲପାଇବା ଲୁଚି ରହିଥାଏ। ସମ୍ପର୍କରେ ହସଖୁସି, ଥଟାମଜା ଇତ୍ୟାଦି ଭରି ରହିଥାଏ। କିନ୍ତୁ ବେଳେ ବେଳେ ଆପଣଙ୍କ କିଛି ଏପରି କାମ ପତ୍ନୀଙ୍କ କ୍ରୋଧକୁ ବଢାଇଦିଏ।

ଯଦି ଆପଣଙ୍କ ନିଜ ପତ୍ନୀଙ୍କ କ୍ରୋଧରୁ ନିଜକୁ ବଞ୍ଚାଇବାକୁ ଚାହୁଁଚନ୍ତି ତେବେ କେତେକ କଥା ପ୍ରତି ନିଶ୍ଚିତ ଧ୍ୟାନ ଦେବା ଉଚିତ। ଏମିତିରେ ପୁରୁଷମାନଙ୍କୁ ନିଜ ପତ୍ନୀମାନଙ୍କୁ ଚିଡାଇବାର ଅଭ୍ୟାସ ରହିଥାଏ। ଏମିତି କଲେ ପତିପତ୍ନୀଙ୍କ ସମ୍ପର୍କ ମଜଭୂତ ହୋଇଥାଏ। କିନ୍ତୁ ବେଳେ ବେଳେ ସ୍ୱାମୀମାନଙ୍କ ମୁହଁରୁ ଏପରି କେତେ କଥା ବାହାରି ଯାଏ, ତାହାକୁ ସମ୍ଭାଳିବା ବହୁତ କଷ୍ଟକର ହୋଇପଡେ। ଆସନ୍ତୁ ଜାଣିନେବା କେଉଁ କଥା ପତ୍ନୀଙ୍କୁ କହିବା ପୂର୍ବରୁ ପତିମାନେ ନିଶ୍ଚିତ ଭାବିନେବା ଜରୁରୀ।

ନିଜ ମା’ ସହିତ ତୁଳନା କରିବା : ଯଦି ସ୍ୱାମୀ ନିଜ ପତ୍ନୀଙ୍କୁ ମା’ ସହିତ ତୁଳନା କରନ୍ତି, ତେବେ ପତ୍ନୀ ଖୁବ୍‌ ରାଗିଯାଆନ୍ତି। କିନ୍ତୁ ଯଦି ଆପଣ ପ୍ରତିଦିନ ନିଜ ପତ୍ନୀଙ୍କ ରୋଷେଇ ତୁଳନା ନିଜ ମାଙ୍କ ସହିତ କରନ୍ତି, ତେବେ ଆପଣଙ୍କୁ ହଇରାଣ ହେବାକୁ ପଡିପାରେ।

ଅନ୍ୟ ମହିଳା ସହିତ ତୁଳନା : ପ୍ରତ୍ୟେକ ମହିଳା ଅନ୍ୟ କୌଣସି ମହିଳାଙ୍କ ପ୍ରଶଂସା ବରଦାସ୍ତ କରିପାରନ୍ତି ନାହିଁ। ଯାହା ଏକ ପ୍ରାକୃତିକ ପ୍ରକ୍ରିୟା। ଯଦି ଆପଣ ନିଜ ପତ୍ନୀଙ୍କ ସାମ୍ନାରେ ଅନ୍ୟ ବନ୍ଧୁଙ୍କ ପତ୍ନୀଙ୍କ ପ୍ରଶଂସା କିମ୍ବା ଚର୍ଚ୍ଚା କରନ୍ତି ତେବେ ସେ ରାଗିଯାଆନ୍ତି।

ନିଜ ଦୋଷ ନ ମାନିବା : ପୁରୁଷମାନେ ନିଜର ଦୋଷକୁ କେବେ ବି ପତ୍ନୀଙ୍କ ସାମ୍ନାରେ ମାନିନଥାନ୍ତି। ଯାହାକୁ ନେଇ ପତ୍ନୀ ପତିଙ୍କ ମଧ୍ୟରେ ମନାନ୍ତର ଦେଖିବାକୁ ମିଳିଥାଏ। ତେଣୁ ସବୁବେଳେ ଯୁକ୍ତିରୁ ବଞ୍ଚିବା ପାଇଁ ନିଜ ଦୋଷ ସ୍ୱୀକାର କରିନିଅନ୍ତୁ।

ପତ୍ନୀଙ୍କୁ ହେୟଜ୍ଞାନ କରନ୍ତୁ ନାହିଁ : ପ୍ରତ୍ୟେକ ପତ୍ନୀ ଚାହାନ୍ତି, ତାଙ୍କ ସ୍ୱାମୀ ତାଙ୍କୁସୁବବେଳେ ଖୁସିରେ ରଖିବା ସହିତ ସବୁବେଳେ ଟାଇମ ଦିଅନ୍ତୁ। ସମୟ ସମୟରେ ଫୋନ କରି ତାଙ୍କ କଥା ପଚାରନ୍ତୁ। କିନ୍ତୁ ଯଦି ଆପଣ ଏହାକୁ ହେୟଜ୍ଞାନ କରନ୍ତି, ତେବେ ହଇରାଣ ହୋଇପାରନ୍ତି।

Get real time updates directly on you device, subscribe now.