fbpx

CGLRE-2023 ମୁଖ୍ୟ ପରୀକ୍ଷା ପ୍ୟାଟର୍ଣ୍ଣ ବଦଳିଲା, ଜେନେରାଲ ଷ୍ଟଡିଜ୍ ପେପର ପରୀକ୍ଷା MCQ ଫର୍ମାଟରେ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା (ସିଜିଏଲଆରଇ)- ୨୦୨୩ର ମୁଖ୍ୟ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ମୁଖ୍ୟ ପରୀକ୍ଷାକୁ ନେଇ ଗତ ମାସ ୩୦ ତାରିଖରେ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ଜରିଆରେ ପ୍ରୋଗ୍ରାମ ଜାରି କରାଯାଇଥିବା ବେଳେ ଏବେ ତାହାକୁ ନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ କରିଜେଣ୍ଡମ୍ ଜାରି କରାଯାଇଛି । ପ୍ରଶ୍ନ-କମ୍-ଉତ୍ତର ବୁକଲେଟ୍ ବଦଳରେ ଜେନେରାଲ ଷ୍ଟଡିଜ୍ ପେପର ପରୀକ୍ଷା ଓଏମଆର ଆନସର ଶିଟରେ ଅବଜେଷ୍ଟିଭ୍ ଟାଇପ (ଏମସିକ୍ୟୁ ଫର୍ମାଟ)ରେ ହେବ ।

ସୂଚନାଯୋଗ୍ୟ ଯେ, ସିଜିଏଲଆରଇ-୨୦୨୩ର ଗଣିତ ପରୀକ୍ଷା ଅଗଷ୍ଟ ୩୧ ତାରିଖ (ରବିବାର) ଦିନ ହେବ । ୨ ଘଣ୍ଟାରେ ଏମସିକ୍ୟୁ ଟାଇପର ୧୦୦ ମାର୍କର ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ସେହିପରି ସେପ୍ଟେମ୍ବର ୧ରେ ଭାଷା ପରୀକ୍ଷା ପେପର-୧ (ଓଡ଼ିଆ ଓ ଇଂରାଜୀ) ୧୦୦ ମାର୍କର ପରୀକ୍ଷା ୨ ଘଣ୍ଟାରେ ହେବ । ପେପର-୨ ଜେନେରାଲ ଷ୍ଟଡିଜରେ ପରୀକ୍ଷାର୍ଥୀ ଦେଢ଼ ଘଣ୍ଟାରେ ୧୦୦ ମାର୍କର ପରୀକ୍ଷା ଦେବେ ।

Get real time updates directly on you device, subscribe now.