fbpx

ପ୍ୟାରିସ୍ ଅଲିମ୍ପିକ୍ସ; ଲିଙ୍ଗଗତ ବିବାଦ ଭିତରେ ବି ସ୍ୱର୍ଣ୍ଣ ପଦକ ଜିତିଲେ ବକ୍ସର ଇମାନ ଖାଲିଫ୍

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ଅଲଜେରିଆ ବକ୍ସର ଇମାନ ଖଲିଲିଫ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ବର୍ଷେ ତଳେ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍ ରେ ଲିଙ୍ଗଗତ ଯୋଗ୍ୟତା ପରୀକ୍ଷାରେ ଫେଲ୍ ହୋଇଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ପ୍ୟାରିସ୍ ଅଲିମ୍ପିକ୍ସର ୬୬ କେଜି ଓଜନ ବର୍ଗର ମହିଳା ବକ୍ସିଂ ଇଭେଣ୍ଟରେ ଇମାନ ଖଲିଲିଫ୍ ଏହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଖାଲିଫ୍ ଚାଇନିଜ୍ ବକ୍ସର ୟାଙ୍ଗ୍ୟା ଲିଉଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ଇମାନ ଖଲିଲିଫ୍ ଗଣମାଧ୍ୟମକୁ କହିଛନ୍ତି, “ଏହା ମୋର ସ୍ୱପ୍ନ ଥିଲା ଏବଂ ମୁଁ ବହୁତ ଖୁସି। ଏହା ମୋର ଆଠ ବର୍ଷର କଠିନ ପରିଶ୍ରମ, ମୁଁ ଆଲଜେରିଆବାସୀଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ମୋ ପ୍ରଦର୍ଶନକୁ ନେଇ ବହୁତ ଖୁସି, ମୁଁ ଜଣେ ସାହସୀ ମହିଳା” ବୋଲି ଖଲିଲିଫ୍ କହିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସରେ ଇମାନ ଖଲିଲିଫ୍ ଓ ଇଟାଲୀ ବକ୍ସର ଆଞ୍ଜେଲା କାରିନିଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ପରେ ଖଲିଫକୁ ନେଇ ବିବାଦ ଆରମ୍ଭ ହୋଇଥିଲା।

କୁହାଯାଉଥିଲା ଯେ ଇମାନ ଖଲିଫ ଜଣେ ପୁରୁଷ ଥିଲେ । ଖଲିଫ ଓ କାରିନୀଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ମାତ୍ର ୪୬ ସେକେଣ୍ଡରେ ଶେଷ ହୋଇଥିଲା। କାରିନି କହିଥିଲେ, ମୋତେ ମୋ ଜୀବନ ବଞ୍ଚାଇବାକୁ ପଡ଼ିଲା। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା, ଯାହା ପରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିକୁ ଏକ ବିବୃତି ଜାରି କରି ଇମାନ ଖଲିଲିଫ୍ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଖେଳୁଥିଲେ ବୋଲି କୁହାଯାଛି।

Get real time updates directly on you device, subscribe now.