fbpx

(Video) ‘ମାଆଙ୍କ ଜୀବନ ବଞ୍ଚାଇଛନ୍ତି’, ଶେଖ ହସିନାଙ୍କ ପୁଅ ପିଏମ ମୋଦୀଙ୍କର କଲେ ପ୍ରଶଂସା, ଭାରତକୁ ନେଇ କହିଲେ ଏହି କଥା

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପୁଅ ସଜୀବ ୱାଜେଦ ଜୟ ଆମେରିକାରୁ ଏକ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରଶଂସା କରିଛନ୍ତି । ଭିଡିଓରେ ସେ କହିଛନ୍ତି ଯେ, ମୋ ମାଆଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରୀ କାର୍ଯ୍ୟାନୁଷ୍ଠାନ ପାଇଁ ମୋ ବ୍ୟକ୍ତିଗତ କୃତଜ୍ଞତା ରହିଛି । ମୁଁ ସବୁଦିନ ପାଇଁ ତାଙ୍କ ପାଖେ ଋଣୀ ହୋଇରହିବି ।

ସେ କହିଛନ୍ତି ମୋ ଦ୍ୱିତୀୟ ବାର୍ତ୍ତା ଏହା ରହିବ ଯେ, ଭାରତକୁ ସାରା ଦୁନିଆରେ ନେତୃତ୍ୱର ଭୂମିକା ଗ୍ରହଣ କରିବା ଉଚିତ ଏବଂ ଅନ୍ୟ ବିଦେଶୀ ଶକ୍ତିମାନଙ୍କୁ ପରିସ୍ଥିତିର ନିୟନ୍ତ୍ରଣ କରିବାକୁ ଦିଆନଯାଉ । ଜୟ କହିଛନ୍ତି ଯେ, କାରଣ ବାଂଲାଦେଶ ଭାରତର ପଡୋଶୀ ଦେଶ । ଆମ ସରକାର ବାଂଲାଦେଶରେ ଶାନ୍ତି ଜାରି ରଖିଥିଲେ । ଏହା ଏକ ପ୍ରମାଣିତ ଟ୍ରାକ ରେକର୍ଡ ଯେ, ବାଂଲାଦେଶରେ ଶେଖ ହସିନାଙ୍କ ସରକାର ଶାନ୍ତି ବଜାୟ ରଖିଛନ୍ତି ବୋଲି କେହି ଅସ୍ୱୀକାର କରିପାରିବେ ନାହିଁ ।

ଅର୍ଥନୈତିକ ବିକାଶକୁ ଜାରି ରଖିଥିଲା ଏବଂ ଦେଶରେ ବଢୁଥିବା ଉଗ୍ରବାଦକୁ ମଧ୍ୟ ରୋକିଥିଲା । ଆମେ ଏକମାତ୍ର ସରକାର, ଯିଏ ପ୍ରମାଣିତ କରିଛି ଯେ, ଆମେ ଏହା କରିପାରିବୁ । ଅନ୍ୟ ସରକାରମାନେ ଚେଷ୍ଟା କରିଥିଲେ, ହେଲେ ସେମାନେ ବିଫଳ ହୋଇଛନ୍ତି ।

Get real time updates directly on you device, subscribe now.