fbpx

ଶେଖ୍ ହସିନାଙ୍କୁ ହଟାଇବାରେ ଆମର କୌଣସି ଭୂମିକା ନାହିଁ: ଆମେରିକା

ନୂଆଦିଲ୍ଲୀ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ହଟାଇବାରେ ଆମେରିକାର କୌଣସି ଭୂମିକା ନାହିଁ ବୋଲି ଆମେରିକା କହିଛି । ତାଙ୍କୁ ହଟାଇବାରେ ଆମେରିକାର ଭୂମିକା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି । ବାଂଲାଦେଶର ରାଜନୈତିକ ପରିସ୍ଥିତି ପାଇଁ ଆମେରିକା ଦାୟୀ କି ବୋଲି ପଚରାଯିବାରୁ ହ୍ୱାଇଟ୍ ହାଉସ୍ ମୁଖପାତ୍ର କାରିନ୍ ଜିନ୍ ପିଏରେ କହିଛନ୍ତି, ଆମେ ଏଥିରେ ଆଦୌ ସମ୍ପୃକ୍ତ ନୁହଁ । ଏଭଳି କୌଣସି ଖବର କିମ୍ବା ଗୁଜବ ସମ୍ପୂର୍ଣ୍ଣ ମିଥ୍ୟା ।ଏହା ହେଉଛି ବାଂଲାଦେଶବାସୀଙ୍କ ଦେଶ ପାଇଁ ଇଚ୍ଛା । ଆମେ ବିଶ୍ୱାସ କରୁ ଯେ ବାଂଲାଦେଶର ଲୋକମାନେ ନିଜ ଦେଶର ଭବିଷ୍ୟତ ନିର୍ଦ୍ଧାରଣ କରିବା ଉଚିତ ।

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏବଂ ତାଙ୍କ ପୁଅ ସଜିବ ୱାଜିଦ୍ ଜୋୟ ଅଭିଯୋଗ କରିଥିଲେ ଯେ କିଛି ଅଜଣା ବିଦେଶୀ ଶକ୍ତି ବାଂଲାଦେଶରେ ଛାତ୍ର ଆନ୍ଦୋଳନକୁ ସମର୍ଥନ କରୁଛନ୍ତି । ତେବେ ଏହି ଦାବିକୁ ସମର୍ଥନ କରିବା ପାଇଁ ସେ ଏପର୍ଯ୍ୟନ୍ତ କୌଣସି ଦୃଢ଼ ପ୍ରମାଣ ଉପସ୍ଥାପନ କରିନାହାନ୍ତି । ଚଳିତ ବର୍ଷ ମେ’ ମାସରେ ଶେଖ୍ ହସିନା କହିଥିଲେ ଯେ ଏକ ଧଳା ଚର୍ମ ବିଶିଷ୍ଟ ଦେଶ ଏୟାରବେସ୍ ନିର୍ମାଣ ପାଇଁ ଅନୁମତି ନଦେବା ପାଇଁ ତାଙ୍କ ସରକାରଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛି ।

 

Get real time updates directly on you device, subscribe now.