fbpx

୧ କୋଟି ସହ ପ୍ରତି ମାସରେ ମିଳିବ ୧ ଲକ୍ଷ ଟଙ୍କାର ପେନସନ, ଖୁସି କରିଦେବ ସରକାରଙ୍କ ଏହି ସ୍କିମ

ନୂଆଦିଲ୍ଲୀ: ଆମେ ସମସ୍ତେ ଭବିଷ୍ୟତରେ ଆର୍ଥିକ ସମସ୍ୟାକୁ ସାମ୍ନା କରିବାକୁ କିଛି ସଞ୍ଚୟ କରିଥାଉ। ଦେଶରେ ଏପରି ଅନେକ ପେନସନ ଯୋଜନା ଚାଲୁରହିଛି, ଯେଉଁଥିରେ ନିବେଶ କରି ଆପଣ ଚାକିରିରୁ ଅବସର ନେବା ପରେ ମଧ୍ୟ ସମସ୍ୟାରୁ ମୁକୁଳିପାରିବେ।

ଏଠାରେ ଆମେ ଏକ ଏଭଳି ପେନସନ ସ୍କିମ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଆପଣ ନିବେଶ କରି ଆପଣ ଅବସର ନେବା ପରେ ପ୍ରତି ମାସରେ ୧ ଲକ୍ଷ ଟଙ୍କାର ପେନସନ ପାଇପାରିବେ। ଏନପିଏସ ଅର୍ଥାତ ନେସନାଲ ପେନସନ ସିଷ୍ଟମରେ ଆପଣ ଏହି ସୁବିଧା ପ୍ରଦାନ କରାଯାଉଛି।

ରିଟାୟରମେଣ୍ଟ ଅର୍ଥାତ ୬୦ ବର୍ଷରେ ୧ କୋଟି ଟଙ୍କା ସହ ପ୍ରତି ମାସରେ ୧ ଲକ୍ଷ ଟଙ୍କାର ପେନସନ ପାଇବା ପାଇଁ ଆପଣଙ୍କୁ ୩୦ ବର୍ଷରେ ଏନପିଏସରେ ନିବେଶ ଆରମ୍ଭ କରିବାକୁ ହେବ। ଯଦି ଆପଣ ଏହି ସ୍କିମରେ ୩୦ ବର୍ଷ ବୟସରେ ପ୍ରତି ମାସରେ ୧୦ ହଜାର ଟଙ୍କା ନିବେଶ କରୁଛନ୍ତି ତେବେ ୬୦ ବର୍ଷର ବୟସ ପର୍ଯ୍ୟନ୍ତ ଅପଣଙ୍କୁ ସମୁଦାୟ ୩୬ ଲକ୍ଷ ଟଙ୍କା ହୋଇଯିବ। ଯଦି ଅପଣଙ୍କ ଏହି ନିବେଶରେ ୧୦ ପ୍ରତିଶତର ଅନୁମାନିକ ରିଟର୍ଣ୍ଣ ପାଇବେ, ତେବେ ୬୦ ବର୍ଷ ବୟସରେ ଆପଣ ପ୍ରାୟ ୨.୨୮ କୋଟି ଟଙ୍କା ଜମା କରିଥିବେ।

ଏନପିଏସ ଅନୁଯାୟୀ, ଆପଣଙ୍କୁ ସମୁଦାୟ କାର୍ପସର ୪୦ ପ୍ରତିଶତ ଭାଗ ଏନ୍ୟୁଟି ପ୍ଲାନରେ ନିବେଶ କରାଯିବ ଏବଂ ଏହି ଏନ୍ୟୁଟୀରୁ ହିଁ ଆପଣଙ୍କୁ ପ୍ରତି ମାସରେ ପେନସନ ଦିଆଯିବ। ଯଦି ଆପଣ ନିଜ କାର୍ପସର ୫୫ ପ୍ରତିଶତ ଭାଗ ଏନ୍ୟୁଟି ପ୍ଲାନରେ ନିବେଶ କରୁଛନ୍ତି ତେବେ ଆପଣଙ୍କୁ ୧.୦୨ କୋଟି ଟଙ୍କାର ଏକ ଲକ୍ଷ ଟଙ୍କା ମିଳିଯିବ ଏବଂ ବାକି ୧.୨୬ କøାଟି ଟଙ୍କା ଏନ୍ୟୁଟିକୁ ଚାଲିଯିବ, ଯାହା ଆପଣଙ୍କୁ ପ୍ରତିମାସରେ ୧.୦୪ ଲକ୍ଷ ଟଙ୍କାର ପେନସନ ମିଳିବ।

Get real time updates directly on you device, subscribe now.