fbpx

ହରିୟାଣା ରାଜନୀତି ହଲଚଲ: ନିର୍ବାଚନ ପୂର୍ବରୁ JJPର ୪ ଜଣ ବିଧାୟକଙ୍କ ଇସ୍ତଫା

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସ ପହିଲାରେ ୯୦ ଆସନ ପାଇଁ ହରିୟାଣା ବିଧାନସଭା ନିର୍ବାଚନର ମତଦାନ ହେବ । ଏହା ପରେ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷିତ ହେବ । ତେବେ ଲଢ଼େଇ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ୍ ହୋଇଉଠିଛି । ରାଜ୍ୟ ବିଧାନସଭାରେ ୧୦ ଜଣ ବିଧାୟକ ଥିବା ଜନନାୟକ ଜନତା ପାର୍ଟି (ଜେଜେପି)ର ୪ ଜଣ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି । ଏଥିସହିତ ୩ ଜଣ ବିଧାୟକ ଦଳରୁ ଦୂରେଇ ରହିଥିବା କୁହାଯାଉଛି । ଅର୍ଥାତ ଦଳର ମାତ୍ର ୩ ଜଣ ବିଧାୟକ ଏବେ ଦଳ ସହ ରହିଛନ୍ତି । ଏହାଫଳରେ ଦଳର ମୁଖ୍ୟ ଦୁଷ୍ୟନ୍ତ ଚୌତାଲାଙ୍କୁ ନିର୍ବାଚନ ପୂର୍ବରୁ ଲାଗିଛି ଏକ ବଡ଼ ଝଟକା ।

୨୪ ଘଣ୍ଟା ମଧ୍ୟରେ ଜେଜେପିର ୪ ଜଣ ବିଧାୟକ ଇସ୍ତଫା ଦେବା ଫଳରେ ବିଧାନସଭା ମହାଲଢ଼େଇ ପୂର୍ବରୁ ଦୁଷ୍ୟନ୍ତ ଦୁର୍ବଳ ହୋଇ ପଡ଼ିଛନ୍ତି । ୨୦୧୯ ବିଧାନସଭା ନିର୍ବାଚନରେ ୧୦ଟି ଆସନରେ ଜିତି ଏକଦା କିଙ୍ଗମେକର ସାଜିଥିବା ଜେଜେପି ସମସ୍ତ ବିଧାୟକଙ୍କୁ ଏକତ୍ର କରି ରଖିବାରେ ବିଫଳ ହୋଇଛି । ତେବେ ଦଳ ଛାଡ଼ିଥିବା କିଛି ବିଧାୟକ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଗତ ନିର୍ବାଚନରେ ବିଜେପି ୪୦ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ୩୧ଟି ଆସନରେ ଓ ୭ ବିଧାୟକ ସ୍ୱାଧିନ ଭାବେ ଜିତିଥିଲେ ।

Get real time updates directly on you device, subscribe now.