fbpx

ସାବଧାନ୍! ଦେଖିବାକୁ ଅସଲି, ହେଲେ ‘ସିମେଣ୍ଟର ରସୁଣ’କୁ ନେଇ ଚର୍ଚ୍ଚା: ମହିଳାଙ୍କୁ ଠକି ବିକ୍ରି କରିଦେଲା ଫେରିବାଲା

ନୂଆଦିଲ୍ଲୀ: ଅନେକ ସମୟରେ ନକଲି ଚାଉଳ, ଅଣ୍ଡା ଏବଂ ଲୁଣ ଇତ୍ୟାଦି ବଜାରରେ ବିକ୍ରି ହେଉଥିବା ଶୁଣିବାକୁ ମିଳିଥାଏ । କିନ୍ତୁ ବର୍ତ୍ତମାନ ନକଲି ରସୁଣ ମଧ୍ୟ ବିକ୍ରି ହେବା ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ଏହାର କିଛି ଫଟୋ ଏବେ ଭାଇରାଲ ହେଉଛି । ଜଣେ ମହିଳାଙ୍କୁ ବୋକା ବନେଇ ସିମେଣ୍ଟରେ ତିଆରି ରସୁଣ ବିକ୍ରି କରିଦେଇଛି ଜଣେ ଫେରିବାଲା । ବର୍ତ୍ତମାନ ସାରା ଦେଶରେ ରସୁଣ ମଧ୍ୟ ମହଙ୍ଗା ହୋଇଥିବା ବେଳେ ଏହି ସିମେଣ୍ଟ ରସୁଣ ବିକ୍ରି କରୁଥିବା ଦେଖାଯାଇଛି । ତେବେ କେବଳ ଏହି ମହିଳାଙ୍କୁ ନୁହେଁ, ବିଭିନ୍ନ ଦୋକାନୀ ଏବଂ ଅନ୍ୟ ବ୍ୟବସାୟୀଙ୍କୁ ମଧ୍ୟ ଠକ ଫେରିବାଲା ସିମେଣ୍ଟ ରସୁଣ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।

ଅକୋଲା ସହରରେ ଏବେ ସବୁଠୁ ଚର୍ଚ୍ଚାରେ ରହିଛି ‘ସିମେଣ୍ଟ ରସୁଣ’ । ବାଜୋରିୟା ନଗରରେ ରହୁଥିବା ଅବସରପ୍ରାପ୍ତ ପୋଲିସ ଅଫିସର ସୁଭାଷ ପାଟିଲଙ୍କ ସହ ଘଟିଯାଇଛି ଏଭଳି ଏକ ଘଟଣା । ସୁଭାଷଙ୍କ ପତ୍ନୀ ଜଣେ ଫେରିବାଲା ପାଖରୁ ରସୁଣ କିଣି ଆଣିଥିଲେ । ଘରକୁ ଆସି ରସୁଣର ପାଖୁଡ଼ା ଛଡ଼ାଇବା ପରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ରସୁଣ ପାଖୁଡ଼ା ଅସଲି ନଥିଲା, ଏହା ଥିଲା ସିମେଣ୍ଟରେ ତିଆରି ରସୁଣ । ରସୁଣ ପାଖୁଡ଼ା ଅଲଗା ହେଉ ନଥିବା ବେଳେ ସେ ଏହାକୁ ଛୁରୀରେ ମଧ୍ୟ କାଟିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଏହା ସିମେଣ୍ଟରେ ତିଆରି ହୋଇଥିବାରୁ ରସୁଣରେ କୌଣସି ପରକ ପଡ଼ିନାହିଁ ।

ସିମେଣ୍ଟରେ ରସୁଣ ପ୍ରସ୍ତୁତ କରି ସେଥିରେ ରଙ୍ଗ ଚଢାଇ ବିକ୍ରି କରୁଥିଲେ ଫେରିବାଲା । ଫଳରେ ଏହା ଦେଖିବାକୁ ଏକଦମ୍ ଅସଲି ରସୁଣ ପରି ମନେ ହେଉଥିଲା । ତେବେ ଏହାପରେ ରସୁଣକୁ ଛୁରୀରେ କାଟିବା ପରେ ଭିତରୁ ରଙ୍ଗ ହଟିଯାଇଥିଲା । ଫଳରେ ସିମେଣ୍ଟର ଏକ ଛୋଟ ଖଣ୍ଡ ଭାଙ୍ଗି ପଡ଼ିଛି । ଯାହାକୁ ଦେଖି ଅବସରପ୍ରାପ୍ତ ପୋଲିସ ଅଫିସର ସୁଭାଷ ପାଟିଲ ଏବଂ ପତ୍ନୀ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେବେ ଏହି ସିମେଣ୍ଟ ରସୁଣର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.