fbpx

(Video) ଋଷଭ ପନ୍ତଙ୍କ All Rounder ଅବତାର… ବ୍ୟାଟିଂ-ୱିକେଟ କିପିଙ୍ଗ ସହ କରୁଛନ୍ତି ଦମଦାର ବୋଲିଂ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ଋଷଭ ପନ୍ତ ଏବେ ଆଉ ଏକ ନୂଆ ଅବତାରରେ ମଇଦାନରେ ଦେଖା ଦେଇଛନ୍ତି । ଦିଲ୍ଲୀ ପ୍ରିମିୟର ଲିଗରେ ପୁରୁଣା ଦିଲ୍ଲୀ ୬ ପାଇଁ ଅଧିନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି ଋଷଭ । ତେବେ ଦଳ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିଲେ ମଧ୍ୟ ଫ୍ୟାନ୍ସ ମାନଙ୍କୁ ଋଷଭଙ୍କର ଏକ ନୂଆ ଅବତାର ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଋଷଭ ପନ୍ତ ୱିକେଟ କିପିଙ୍ଗ ଛାଡ଼ି ବୋଲିଂ କରୁଥିବାର ଦେଖାଯାଇଛି । ଆହତ ସମସ୍ୟାରୁ ଫେରିବା ପରେ ଟିମ ଇଣ୍ଡିଆର ୱିକେଟ କିପର ଋଷଭ ଅଲରାଉଣ୍ଡର ଋଷଭ ଭାବରେ କମବ୍ୟାକ କରିଛନ୍ତି ।

ଡିପିଏଲ ଟି-୨୦ ଟୁର୍ଣ୍ଣାମେଣ୍ଟରେ ପୁରୁଣା ଦିଲ୍ଲୀ-୬ ଦଳର ନେତୃତ୍ୱ ନେଇଛନ୍ତି ଋଷଭ ପନ୍ତ । କିନ୍ତୁ ଏହି ମ୍ୟାଚରେ ସେ ଜଣେ ୱିକେଟ କିପର ଭାବରେ ଖେଳିନାହାନ୍ତି । ଏହି ମ୍ୟାଚରେ ଋଷଭ ୱିକେଟ କିପିଙ୍ଗ ଛାଡ଼ି ଏକ ନୂଆ ରୂପରେ ନଜର ଆସିଛନ୍ତି । ଋଷଭଙ୍କ ଦଳରେ ବଂଶ ବେଦୀ ୱିକେଟ କିପର ଭାବରେ ଦାୟିତ୍ୱ ନେଇଥିବା ବେଳେ ଋଷଭ ଜଣେ ଫିଲ୍ଡର ଭାବରେ ମଇଦାନକୁ ଓହ୍ଲାଇଛନ୍ତି । ଏହି ମ୍ୟାଚରେ ଋଷଭ ପନ୍ତ ଇନିଂସର ଶେଷ ଓଭର ନିଜେ ବୋଲିଂ କରୁଥିବାର ଦେଖାଯାଇଛି । ଟିମ ଇଣ୍ଡିଆ ପାଇଁ କେବେ ବୋଲିଂ କରିନାହାନ୍ତି ଋଷଭ, କିନ୍ତୁ ଆହତ ସମସ୍ୟାରୁ ଫେରିବା ପରେ ଏହି ଘରୋଇ ଟୁର୍ଣ୍ଣାମେଣ୍ଟରେ ସେ ବୋଲିଂ କରିଛନ୍ତି । ଏହା ଦେଖି ତାଙ୍କ ଫ୍ୟାନ୍ସମାନେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ।

ଶେଷ ଓଭରରେ ସାଉଥ୍ ଦିଲ୍ଲୀ ସୁପରଷ୍ଟାର୍ସକୁ ମାତ୍ର ୧ ରନ୍ ବାକି ଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ଅଧିନାୟକ ଋଷଭ ପନ୍ତ । ତେବେ ଏହି ଓଭରର ପ୍ରଥମ ବଲ୍ ସେ ଫୁଲ୍ ଟସ୍ ପକାଇଥିଲେ । ତେବେ ଏହି ବଲରେ ସାଉଥ୍ ଦିଲ୍ଲୀ ସୁପରଷ୍ଟାର୍ସର ବ୍ୟାଟର ୧ ରନ୍ ଚୋରେଇ ନେଇ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଏହି ମ୍ୟାଚରେ ଋଷଭଙ୍କ ବ୍ୟାଟିଂ ଦେକିବା ପାଇଁ ମଇଦାନରେ ପହଞ୍ଚିଥିଲେ ଫ୍ୟାନ୍ସ । କିନ୍ତୁ ସେ ବ୍ୟାଟିଂରେ ସଂଘର୍ଷ କରି ୩୨ ବଲରୁ ମାତ୍ର ୩୫ ରନ୍ କରିବାରେ ସଫଳ ହୋଇଛନ୍ତି ।

Get real time updates directly on you device, subscribe now.