fbpx

ପୁଣି Collegeକୁ ଫେରିବ Election: ନିର୍ବାଚନ ପାଇଁ ପ୍ରସ୍ତୁତ ହେବେ ସମସ୍ତ କଲେଜ୍

ଭୁବନେଶ୍ୱର: ଆସନ୍ତାର୍ବେରୁ ପୁଣିଥରେ ବିଭିନ୍ନ କଲେଜକୁ ଫେରିବ ନିର୍ବାଚନ ପ୍ରକ୍ରିୟା । ପୁଣିଥରେ କଲେଜ୍ କ୍ୟାମ୍ପସରେ ଲାଗି ପୋଷ୍ଟର, ହେବ ଜୋରଦାର କ୍ୟାମ୍ପେନିଙ୍ଗ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଛା ହେବେ ଟାଣୁଆ ନେତା । ଆସନ୍ତାବର୍ଷରୁ ପୁଣିଥରେ କଲେଜ ପରିସରରେ ବଢିବ ଚଳଚଞ୍ଚଳ । କାରଣ ଆସନ୍ତାବାର୍ଷରୁ ପୁଣି ଆରମ୍ଭ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ । ଏ ନେଇ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଆସନ୍ତାବର୍ଷ ପୁଣି କଲେଜ୍ ଇକ୍ସେନ କରିବା ନେଇ ସେ ସୂଚନା ଦେଇଛନ୍ତି । ତେବେ ନିର୍ବାଚନ ନେଇ ସମସ୍ତ କଲେଜକୁ ପ୍ରସ୍ତୁତ କରାଯିବ । ଛାତ୍ର ସଂସଦ ନିର୍ବାଚନକୁ ନେଇ ନିଷ୍ପତ୍ତି ହୋଇସାରିଛି ବୋଲି କହିଛନ୍ତି ରାଜ୍ୟ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

Get real time updates directly on you device, subscribe now.