fbpx

ସରକାରୀ ପଦବୀରେ ଲାଟେରାଲ ଏଣ୍ଟ୍ରିରେ ସଂରକ୍ଷଣ ପ୍ରସଙ୍ଗରେ ଚିରାଗ ପାସୱାନ କ’ଣ କହିଲେ

ନୂଆଦିଲ୍ଲୀ: କେନ୍ଦ୍ର ସରକାରରେ ଲାଟେରାଲ ଏଣ୍ଟ୍ରିରୁ ଅଫିସର ନିଯୁକ୍ତିରେ ସଂରକ୍ଷଣ ପ୍ରସଙ୍ଗ ଗଭୀର ହେବାରେ ଲାଗିଛି । ସରକାରରେ ଥିବା ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ମୁଖ୍ୟ ଚିରାଗ ପାସୱାନ କହିଛନ୍ତି ଯେ ଏହି ପ୍ରସଙ୍ଗରେ ତାଙ୍କ ଦଳର ଆଭିମୁଖ୍ୟ ସ୍ପଷ୍ଟ । ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ଦେଇଥିବା ଏକ ଭିଡିଓ ସାକ୍ଷାତକାରରେ ସେ କହିଛନ୍ତି, “ଯେଉଁଠାରେ ସରକାରୀ ନିଯୁକ୍ତି ଦିଆଯାଉଛି, ସେଠାରେ ସଂରକ୍ଷଣ ବ୍ୟବସ୍ଥା ପାଳନ କରାଯିବା ଉଚିତ । ଏହି ସୂଚନା (ଲାଟେରାଲ ଏଣ୍ଟ୍ରି ଜରିଆରେ ସରକାରୀ ଅଧିକାରୀଙ୍କ ନିଯୁକ୍ତି) ଯେଭଳି ଭାବେ ସାମ୍ନାକୁ ଆସିଛି, ତାହା ଚିନ୍ତା ବଢ଼ାଇଛି କାରଣ ମୁଁ ସରକାରଙ୍କ ଅଂଶ ।

ଏହି ପ୍ରସଙ୍ଗ ଉଠାଇବା ପାଇଁ ମୋ ପାଖରେ ପ୍ଲାଟଫର୍ମ ରହିଛି । ମୋ ଦଳ ତରଫରୁ ମୁଁ ଏହା ସପକ୍ଷରେ ଆଦୌ ନାହିଁ । ଏହା ସମ୍ପୂର୍ଣ୍ଣ ଭୁଲ । ମୁଁ ସରକାରଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇବି ବୋଲି ସେ କହିଛନ୍ତି । ନିକଟରେ କେନ୍ଦ୍ର ସରକାର ୪୫ଟି ବରିଷ୍ଠ ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ଦେଇଛନ୍ତି । ଯୁଗ୍ମ ଓ ଉପସଚିବ ସ୍ତରର ଏହି ପଦବୀ । ଯେଉଁମାନେ ଏଭଳି ନିଯୁକ୍ତିକୁ ବିରୋଧ କରୁଛନ୍ତି ସେମାନେ କହୁଛନ୍ତି ଯେ ସେମାନଙ୍କ ଭିତରେ ସଂରକ୍ଷଣ ଅଭାବରୁ ପଛୁଆ, ଦଳିତ ଓ ଆଦିବାସୀଙ୍କ ଅଧିକାରକୁ ହତ୍ୟା କରାଯିବ ।

Get real time updates directly on you device, subscribe now.