fbpx

କୋଲକାତା ଦୁଷ୍କର୍ମ-ହତ୍ୟା ମାମଲା: ସୋସିଆଲ ମିଡିଆରୁ ପୀଡ଼ିତାଙ୍କ ନାମ ଓ ଫଟୋ ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଥିବା ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କ ନାମ, ଫଟୋ, ଭିଡିଓ ଏବଂ ଅନ୍ୟାନ୍ୟ ବିବରଣୀ ହଟାଇବାକୁ ସୁପ୍ରିମ୍ କୋର୍ଟ ମଙ୍ଗଳବାର ସମସ୍ତ ନ୍ୟୁଜ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିର୍ଦ୍ଦେଶ ଦେଇଛନ୍ତି। ମୃତ ପୀଡ଼ିତାଙ୍କ ନାମ ଓ ପରିଚୟ ପ୍ରକାଶ ବିରୋଧରେ ଦୁଇ ଜଣ ଓକିଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଗଣମାଧ୍ୟମ ସଂସ୍ଥା ଗୁଡ଼ିକ କେବଳ ଶବ ବ୍ୟବଚ୍ଛେଦ ସମୟରେ କିମ୍ବା ଏହାର ଆଖପାଖରେ ମୃତଦେହର ଫଟୋ ପ୍ରକାଶ କରିନଥିବାରୁ ଏହି ଅଦାଲତ ଆଦେଶ ଦେବାକୁ ବାଧ୍ୟ ହୋଇଛନ୍ତି। ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ମୃତ ପୀଡ଼ିତାଙ୍କ ନାମ ଏବଂ ଫଟୋ ଭିଡିଓକୁ ତୁରନ୍ତ ହଟାଇବାକୁ ଆମେ ନିର୍ଦ୍ଦେଶ ଦେଇଛୁ। ଆବେଦନକାରୀଦର୍ଶାଇଛନ୍ତି ଯେ ମୃତକଙ୍କ ମୃତଦେହର ଫଟୋ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି ଏବଂ ଏହା ଏହି ଅଦାଲତର ନିପୁନ ସକ୍ସେନାଙ୍କ ରାୟର ଉଲ୍ଲଂଘନ କରୁଛି।

ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ସୁରକ୍ଷିତ ରଖିବାକୁ ସୁପ୍ରିମ୍ କୋର୍ଟ ସେହି ରାୟରେ ନିର୍ଦ୍ଦେଶ ଦେଇଥିଲେ ଏବଂ ଗଣମାଧ୍ୟମ ଏହାକୁ ପ୍ରକାଶ କରିପାରିବ ନାହିଁ। ଏ ନେଇ ଭାରତୀୟ ନ୍ୟାୟ ସଂହିତା କ’ଣ କହୁଛି ବୋଲି ଖଣ୍ଡପୀଠ ଆବେଦନକାରୀଙ୍କ ଓକିଲଙ୍କୁ ପଚାରିଥିଲେ। ଆବେଦନକାରୀଙ୍କ ଓକିଲ ଉତ୍ତର ଦେଇଥିଲେ, ପରିଚୟ ପ୍ରକାଶ କରାଯାଇପାରିବ ନାହିଁ। ଏହାପରେ ସୁପ୍ରିମକୋର୍ଟ ପୀଡ଼ିତାଙ୍କ ନାମ, ଫଟୋ ଓ ଭିଡିଓ ସମେତ ସବିଶେଷ ତଥ୍ୟ ନ୍ୟୁଜ୍ ଆଉଟଲେଟ୍ ଓ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ।

Get real time updates directly on you device, subscribe now.