fbpx

କଇଁଚି ହଜିଯିବାରୁ ଏୟାରପୋର୍ଟ ହୁଲୁସ୍ତୁଲ; ୩୬ଟି ବିମାନ ବାତିଲ, ୨୦୧ଟି ବିଳମ୍ବ

ନୂଆଦିଲ୍ଲୀ: ବିମାନବନ୍ଦରର ବୋର୍ଡିଂ ଗେଟ୍ ନିକଟରେ ଥିବା ଏକ ଷ୍ଟୋରରେ ରଖାଯାଇଥିବା କଇଁଚି ହଜିଯିବାରୁ ୩୬ଟି ବିମାନ ବାତିଲ ହୋଇଥିବା ବେଳେ ୨୦୧ଟି ବିଳମ୍ବହୋଇଛି । ଫଳରେ ଶନିବାର ସକାଳେ ହୋକାଇଡୋର ନ୍ୟୁ ଚିଟୋଜ୍ ବିମାନବନ୍ଦରର ଘରୋଇ ଟର୍ମିନାଲର ସୁରକ୍ଷା ଯାଞ୍ଚକୁ ଦୁଇ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଥିଲା । ଫଳରେ ଶହ ଶହ ଯାତ୍ରୀ ସେଠାରେ ଫସି ରହିଥିଲେ। ଏପରି ଘଟଣା ଜାପାନରେ ଦେଖିବାକୁ ମିଳିଛି ।

ଡିପାର୍ଚର ଲାଉଞ୍ଜରେ ଥିବା ଯାତ୍ରୀମାନଙ୍କୁ ପୁଣି ଥରେ ସୁରକ୍ଷା ଯାଞ୍ଚ ପାଇଁ ଯିବାକୁ କୁହାଯାଇଥିଲା ଏବଂ ଏଥିପାଇଁ ଲମ୍ବା ଧାଡ଼ି ଲାଗିଥିଲା । ଅଧିକାରୀମାନେ ନିଖୋଜ କଇଁଚି ଗୁଡ଼ିକୁ ଖୋଜିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ ପାଇନଥିଲେ । ତେବେ ପରଦିନ ତାହା ସେହି ଷ୍ଟୋରରୁ ମିଳିଥିଲା । ଫଳରେ ଜାପାନର ବାର୍ଷିକ ବୋନ୍ ଉତ୍ସବ ପାଳନ କରି ଘରକୁ ଫେରୁଥିବା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଜଣେ ଯାତ୍ରୀ କହିଛନ୍ତି, ଅପେକ୍ଷା କରିବା ବ୍ୟତୀତ ଆମ ପାଖରେ ଅନ୍ୟ କୌଣସି ଉପାୟ ନଥିଲା । କିନ୍ତୁ ମୁଁ ଭାବୁଛି ଏୟାରଲାଇନ୍ସଗୁଡ଼ିକ ଟିକିଏ ସତର୍କ ରହିବା ଉଚିତ । ତେବେ ଅନେକ ଲୋକ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରୁଛନ୍ତି । ଅନେକ ଲୋକ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ ଏହି ବିମାନ ବନ୍ଦର ଯାତ୍ରୀଙ୍କ ସୁରକ୍ଷା କୁ ନେଇ କେତେ ଚିନ୍ତିତ । ୨୦୨୨ରେ ଏହି ବିମାନବନ୍ଦରରୁ ୧ କୋଟି ୫୦ ଲକ୍ଷ ଲୋକ ବିମାନ ଯାତ୍ରା କରିଥିଲେ ।

Get real time updates directly on you device, subscribe now.