fbpx

ସାରା ବିଶ୍ୱରେ ‘Amul’ର ଦବଦବା: ମାର୍କେଟରେ ହେଲା No.1 Food Brand

ନୂଆଦିଲ୍ଲୀ: ପ୍ରାୟ ୭୦ ବର୍ଷରୁ ଲୋକଙ୍କ ପ୍ରିୟ ହୋଇପାରିଛି ‘ଅମୁଲ୍’ Brand Financeର ଗ୍ଲୋବାଲ ଫୁଡ୍ ଆଣ୍ଡ ଡ୍ରିଙ୍କସ ରିପୋର୍ଟ ୨୦୨୪(Global Food & Drinks Report 2024) ଅନୁସାରେ, ଅମୁଲ ବର୍ତ୍ତମାନ ସାରା ଦୁନିଆର ସବୁଠାରୁ ମଜବୁତ ବ୍ରାଣ୍ଡ ପାଲଟିଛି । Brand Strength Indexରେ ଏହାର ସ୍କୋର ୧୦୦ରୁ ୯୧ ରହିଛି । ଏହାସହିତ କମ୍ପାନୀକୁ AAA+ ରେଟିଙ୍ଗ ମଧ୍ୟ ମିଳିଛି । ୨୦୨୩ ବର୍ଷ ଅନୁଯାୟୀ ଅମୁଲର ବ୍ରାଣ୍ଡ ମୂଲ୍ୟ ମଧ୍ୟ ୧୧ ପ୍ରତିଶତ ବୃଦ୍ଧି ପାଇଛି । ଚଳିତବର୍ଷ ଏହାର ବ୍ରାଣ୍ଡ ମୂଲ୍ୟ ୩.୩ ଆରବ ଡଲାରରେ ପହଞ୍ଚିଛି । ଆର୍ଥିକ ର୍ବେ ୨୦୨୨-୨୩ରେ ଅମୁଲ ପ୍ରଡକ୍ଟ ବିକ୍ରି ୧୮.୫ ପ୍ରତିଶତ ବୃଦ୍ଧି ହୋଇ ୭୨,୦୦୦ କୋଟି ଟଙ୍କାରେ ପହଞ୍ଚିଛି ।

ବ୍ରାଣ୍ଡ ଫାଇନାନ୍ସର ରିପୋର୍ଟରେ ଅମୁଲକୁ ହର୍ଷିଜ ସହ AAA+ ରେଟିଙ୍ଗ ଦିଆଯାଇଛି । କିନ୍ତୁ ହର୍ଷିଜ(Hershey’s) ର ବ୍ରାଣ୍ଡ ଭୂଲ୍ୟ ୦.୫ ପ୍ରତିଶତ ହ୍ରାସ ପାଇ ୩.୯ ଆରବ ଡଲାରକୁ ଖସି ଆସିଥିବା ବେଳେ ଏହାକୁ ଚଳିତବର୍ଷ ଦ୍ୱିତୀୟ ସ୍ଥାନରେ ରହିବାକୁ ପଡ଼ିଛି । ଅମୁଲ ବର୍ତ୍ତମାନ ଭାରତର ଡାଏରୀ ମାର୍କେଟରେ ବାଦଶାହ ପାଲଟିଛି । ମିଲ୍କ ମାର୍କେଟରେ ଏହାର ଅଂଶଧନ ୭୫ ପ୍ରତିଶତ, ବଟର ମାର୍କେଟରେ ୮୫ ପ୍ରତିଶତ ଏବଂ ଛେନା ମାର୍କେଟରେ ୬୬ ପ୍ରତିଶତ ରହିଛି ।

ତେବେ ଏହି ତାଲିକାରେ ନେସଲେ(Nestlé)କୁ ଦୁନିଆର ସବୁଠାରୁ ମୂଲ୍ୟବାନ୍ ଫୁଡ୍ ବ୍ରାଣ୍ଡ(Most Valuable Food Brand) ଭାବରେ ସ୍ଥାନ ମିଳିଛି । ଏହାର ମାର୍କେଟ ମୂଲ୍ୟ ଗତବର୍ଷ ଅପେକ୍ଷା ୭ ପ୍ରତିଶତ ହ୍ରାସ ପାଇ ୨୦.୮ ଆରବ ଡଲାର ଥିବା ଆକଳନ କରାଯାଇଛି । ସେହିପରି ଲେଜ୍ (Lay’s)କୁ ୧୨ ଆରବ ଡଲାର ମୂଲ୍ୟାଙ୍କନ ସହିତ ତାଲିକାର ଦ୍ୱିତୀୟ ନମ୍ବରରେ ରଖାଯାଇଛି । ନନ୍ ଆଲକହଲିକ୍ ବେଭରେଜ୍ ସେକ୍ଟରରେ କୋକା କୋଲା(Coca-Cola) ପ୍ରଥମ ସ୍ଥାନରେ ଏବଂ ପେପ୍ସି (Pepsi) ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ।

Get real time updates directly on you device, subscribe now.