fbpx

(Video) ଅଚାନକ ବିଚ୍ ସଡ଼କରେ ଉଡ଼ିଲା ନୋଟ୍! ଟଙ୍କା ଗୋଟାଇବାକୁ ନେଇ ଲୋକଙ୍କ ମଧ୍ୟରେ ଆରମ୍ଭ ହୋଇଗଲା ମାରପିଟ୍

ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ ଜମାନାରେ ଅଧିକାଂଶ ଯୁବକ, ଯୁବତୀ ଅଳ୍ପ ପରିଶ୍ରମରେ କମ୍ ସମୟରେ ଷ୍ଟାର ହେବାକୁ ଚାହୁଁଛନ୍ତି । ସେଥିପାଇଁ ସେମାନେ ଅନେକ ଅର୍ଥ ବର୍ବାଦ କରିବା ସହ ବହୁ ଦୁଃସାହସିକ କାର୍ଯ୍ୟ ମଧ୍ୟ କରିବାକୁ ପଛାଇ ନଥାନ୍ତି । ତେବେ ଏହା ମଧ୍ୟରେ ହାଇଦ୍ରାବାଦରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଜଣେ ୟୁଟ୍ୟୁବର ନିଜର ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଏକ ଅଭିନବ ତରିକା ଆପଣାଇଛନ୍ତି ।

ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି, ଭିଡିଓରେ ୟୁଟ୍ୟୁବର ଜଣଙ୍କ ବାଇକରେ ବସି ଟଙ୍କା ଉଡ଼ାଉଥିବା ଦେଖାଯାଉଛି । ଏହି ଟଙ୍କା ଉଡ଼ୁଥିବା ଦେଖି ଲୋକମାନେ ପ୍ରଥରେ ଚକିତ ହୋଇଯାଇଥିଲେ ମାତ୍ର ପରେ ସବୁ ସତ ଜାଣିପାରିଥିଲେ । ତେବେ ରାସ୍ତା ଉପରେ ଏଭଳି ନୋଟ୍ ସବୁ ଉଡ଼ିବା ଦେଖି ଟଙ୍କା ଗୋଟାଇବାକୁ ଲୋକଙ୍କର ଭିଡ଼ ଜମିବା ସହିତ ମାରପିଟ୍ ମଧ୍ୟ ଆରମ୍ଭ ହୋଇଯାଇଥିଲା । କିଛି ଗାଡ଼ି ଚାଳକ ଓ ପାଦରେ ଚାଲିଚାଲି ଯାଉଥିବା ଲୋକଙ୍କ ମଧ୍ୟରେ ହାତାହାତି ମଧ୍ୟ ଦେଖିବାକୁ ମିଳିଥିଲା । ତେଣୁ ଏହି ଭିଡିଓ ଭାଇରାଲ ହେବା ପରେ ଉକ୍ତ ୟୁଟ୍ୟୁବରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

ଟ୍ରାଫିକରେ ଯଦି ଜଣେ ବ୍ୟକ୍ତି ଏଭଳି ନୋଟ୍ ଉଡ଼ାଇବେ, ତେବେ ଲୋକମାନେ ନିଶ୍ଚିତ ଭାବେ ଟଙ୍କା ଗୋଟାଇବାକୁ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ କରିଦେବେ । ଶେଷରେ ଟ୍ରାଫିକ ଅବ୍ୟବସ୍ଥା ସୃଷ୍ଟି ହେବ ଓ ଲୋକଙ୍କୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡ଼ିବ । ହାଇଦ୍ରାବାଦରେ ୟୁଟ୍ୟୁବର ଓ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ବିଚ ରାସ୍ତାରେ ଟଙ୍କା ଉଡ଼ାଇବା ପରେ ମଧ୍ୟରେ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା । ଯୁବ ୟୁଟ୍ୟୁବରଙ୍କ ଏପରି ଲାପରବାହୀ ଷ୍ଟଣ୍ଟକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ତେବେ ଏହି ଘଟଣା ପରେ ୟୁଟ୍ୟୁବରଙ୍କ ଉପରେ କୌଣସି ପ୍ରଭାବ ପଡ଼ିନାହିଁ । ସେ ଏଭଳି ଷ୍ଟଣ୍ଟ ଜାରି ରଖିବେ ବୋଲି ସଙ୍କେତ ଦେଇଥିବା ଜଣାପଡ଼ିଛି । ଚାରିଆଡ଼ୁ ଦାବି ହେବା ପରେ ବି ୟୁଟ୍ୟୁବରଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

Get real time updates directly on you device, subscribe now.