fbpx

ଆଜି ପୁଣି ଖୋଲିବ ରତ୍ନଭଣ୍ଡାର, ଦିନ ୧ ଟାରୁ ସ୍ଥାନାନ୍ତରଣ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ

ଓଡିଶା ଭାସ୍କର: କୋଟିକୈବଲ୍ୟନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଜି ପୁଣି ରତ୍ନଭଣ୍ଡାର ଖୋଲିବାକୁ ଯାଉଛି । ରତ୍ନଭଣ୍ଡାର ଖୋଲୁଥିବାରୁ ଦିନ ୧ ଟା ପରେ ଆଜି ଶ୍ରୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ସ୍ଥାନାନ୍ତରଣ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ଭକ୍ତ ନିଜ ମହାପ୍ରଭୁଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହେବେ । ରତ୍ନଭଣ୍ଡାରରେ ପ୍ରବେଶ ଓ ଯାଞ୍ଚ କରିବା ପାଇଁ ୧୨ ଜଣିଆ କମିଟି ମଧ୍ୟ ଗଠନ କରାଯାଇଛି । ସେମାନେ ପୁଙ୍ଖାନୁପୁଙ୍ଖ ଭାବରେ ଆଜି ରତ୍ନଭଣ୍ଡାରର ସମସ୍ତ କାର୍ଯ୍ୟ ତଦାରଖ କରିବେ ।

କହିରଖୁ, ରତ୍ନଭଣ୍ଡାର ଖୋଲିବା ପରେ ଖାଲି ସିନ୍ଦୁର ଓ ଆଲମିରାକୁ ସ୍ଥାନାନ୍ତର କରାଯିବ । ଆଜି ଜଉମୁଦ ହୋଇଥିବା ଭିତର ଓ ବାହାର ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ହେବ ରତ୍ନଭଣ୍ଡାରକୁ ନେଇ ରାଜ୍ୟବାସୀଙ୍କ ମନରେ ଉତ୍ସୁକତା ଲାଗି ରହିଥିଲା । ନବୀନଙ୍କ ସରକାରର ପରାଜୟ ପରେ ନୂଆ ସରକାର ତଥା ମୋହନ ମାଝୀଙ୍କ ସରକାର ରତ୍ନଭଣ୍ଡାର ଖୋଲି ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛି ।

Get real time updates directly on you device, subscribe now.