fbpx

ପେଟ ଗୁଡ୍ ଗୁଡ୍ ହେଲେ କ’ଣ କରିବେ ? ଆପଣାନ୍ତୁ ଏହି ଉପାୟ

ଆପଣଙ୍କ ପେଟ ଗୁଡ୍ ଗୁଡ୍ କରୁଛି କି ? ଜାଣନ୍ତୁ ଏହାର କାରଣ ଏବଂ ଏହାକୁ ଦୂର କରିବାର ଘରୋଇ ଉପଚାର । ଭୋକିଲା ଅନୁଭବ କରିବା ପରେ ମଧ୍ୟ ଆପଣ ଯନ୍ତ୍ରଣା ହେତୁ ଖାଇବାକୁ ଅସମର୍ଥ କି ? ପେଟରେ ଯନ୍ତ୍ରଣା ଏବଂ ଭାରିପଣ ପ୍ରାୟତ ଅନୁଭବ ହୁଏ । ଯଦି ହଁ, ତେବେ ଆପଣଙ୍କର ଅନ୍ତନଳୀ ସମସ୍ୟା ମଧ୍ୟ ହୋଇପାରେ ।

ଜାଣିରଖନ୍ତୁ ଯେ, ପେଟରୁ ଆସୁଥିବା ଗୁଡ୍ ଗୁଡ୍ ମଧ୍ୟ କ୍ଷୁଦ୍ର ଅନ୍ତନଳୀରେ ସମସ୍ୟା ହେତୁ ହୋଇପାରେ । ଏପରି ପରିସ୍ଥିତିରେ, ଆପଣ ଏହି ସମସ୍ୟାକୁ ଦୂର କରିବା ଏବଂ ଆରାମ ପାଇବା ପାଇଁ ଘରୋଇ ଉପଚାରର ସାହାଯ୍ୟ ନେଇପାରିବେ । ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ କହିବୁ ଯାହା ଏହି ସମସ୍ୟା ଦୂର କରିବାରେ ଆପଣଙ୍କୁ ସାହାଯ୍ୟ କରିପାରିବ ।

ପେଟରୁ ଶବ୍ଦ ବାହାରିବାର ପ୍ରଥମ କାରଣ ଆପଣଙ୍କ ଅନ୍ତନଳୀରେ ଗ୍ୟାସ କାରଣରୁ ହୋଇଥାଇପାରେ । ଏହାସହ ଛୋଟ ଅନ୍ତନଳୀରେ ମଧ୍ୟ ଇମଫେକସନ୍ର କାରଣ ମଧ୍ୟ ହୋଇପାରେ । ଯେତେବେଳେ ତୁମେ ପେଟରୁ ଗୁଡ୍ ଗୁଡ୍ ଶବ୍ଦ ଆସୁଛି ସେହି ସମୟରେ ପାଣି ପିଇଦିଅନ୍ତୁ । ଏହା ସହିତ ପେଟ ସମସ୍ୟା କମିଯାଇପାରେ ।ଏହା ହଜମ ପ୍ରକ୍ରିୟାରେ ଥିବା ବ୍ୟାଘାତକୁ ହ୍ରାସ କରିଥାଏ । କିନ୍ତୁ ଗୋଟିଏ ଥରରେ ଅଧିକ ପାଣି ପିଅନ୍ତୁ ନାହିଁ । ଆପଣଙ୍କ ଅଳ୍ପ ଅଳ୍ପ ପରିମାଣର ପାଣି ପିଅନ୍ତୁ ।

ବେଳେବେଳେ ପେଟରୁ ଆସୁଥିବା ଶବ୍ଦ ପଛର କାରଣ ମଧ୍ୟ ପେଟ ଖାଲି ହୋଇପାରେ । ନିଜକୁ ଭୋକିଲା ରହିବା ଠାରୁ ଦୂରେଇ ରୁହନ୍ତୁ । ତୁମେ ହାଲୁକା ଜିନିଷ ଖାଇବା ଉଚିତ୍ । କିନ୍ତୁ ଏକାଥରକେ ପ୍ରଚୁର ପରିମାଣର ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ ।

ମନେରଖନ୍ତୁ ଯେ ଆପଣଙ୍କର ୩ଟି ମିଲକୁ ଛୋଟ ଛୋଟ ଭାଗରେ ବିଭକ୍ତ କରନ୍ତୁ ଏବଂ ୬ ଥର ଏବଂ ଖାଆନ୍ତୁ । ଏହା ପେଟ ଜନିତ ସମସ୍ୟାକୁ ହ୍ରାସ କରିପାରେ । ଖାଦ୍ୟକୁ ସଠିକ୍ ଭାବରେ ନ ଚୋବାଇବା ଦ୍ୱାରା ପେଟ ଗର୍ଜନ ମଧ୍ୟ ହୋଇପାରେ । ତେବେ ଆପଣ ଖାଦ୍ୟକୁ ଭଲ ଭାବରେ ଚୋବାନ୍ତୁ ଏବଂ ଏହାକୁ ଖାଆନ୍ତୁ । ଯାହାଦ୍ୱାରା ଆପଣ ପେଟ ଗୁଡ୍ ଗୁଡ୍ରୁ ଦୂରରେ ରହିବେ ।

Get real time updates directly on you device, subscribe now.