fbpx

Virat Kohli: ସିନେମାକୁ ନ ଆସନ୍ତୁ ବିରାଟ, ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ଦେଲେ ବଡ ବୟାନ

ଓଡିଶା ଭାସ୍କର: କ୍ରିକେଟ ଜଗତର ସୁପରଷ୍ଟାର କିଙ୍ଗ କୋହଲି, ବିଜ୍ଞାପନରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ମାତ୍ର ବିରାଟ ଆଜି ପର୍ଯ୍ୟନ୍ତ ଅଭିନୟରେ ସମ୍ପୂର୍ଣ୍ଣ ଭୂମିକା ନିଭାଇ ନାହାନ୍ତି । ଯଦିବା ସେ ଭଲ ଅଭିନୟ କରନ୍ତି, ତଥାପି ସେ ଆଜିଯାଏଁ କୌଣସି ସିନେମାର ଅଂଶ ହୋଇ ଅଭିନୟର ଦମ ଦେଖାଇ ପାରି ନାହାନ୍ତି । ବିରାଟକୁ ନେଇ ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ମୁକେଶ ଛାବଡା ଏକ ବଡ ବୟାନ ଦେଇଛନ୍ତି । ସେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟଙ୍କୁ ଏକ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ବିରାଟ ଅଭିନୟ ଓ ସିନେମାଠୁ ଦୂରରେ ରହିବା ଆବଶ୍ୟକ । ମୁକେଶ ଛାବଡା ଡଙ୍କି, ଯବାନ ଓ ଦଙ୍ଗଲ ଭଳି ସିନେମାକୁ ନେଇ ନିଜର ଲୋକପ୍ରିୟତା ହାସଲ କରିଛନ୍ତି ।

ମୁକେଶ ଛାବଡା ଆହୁରି କହିଛନ୍ତି ଯେ, ବିରାଟ ପ୍ରଥମେ ଜଣେ ଭଳ ଅଭିନେତା । ସେ ଦିଲ୍ଲୀରୁ ଆସନ୍ତି ଓ ପଞ୍ଜାବୀ ଅଟନ୍ତି । ସେ ଜୀବନକୁ ଭଲଭାବେ ବଞ୍ଚିଛନ୍ତି । ମୁକେଶ କହନ୍ତି ଯେ ବିରାଟ ସଫଳତାର ଶୀର୍ଷସ୍ତରରେ ପହଞ୍ଚିଛନ୍ତି । ପ୍ରତିଯୋଗିତା, ଫିଟନେସ, ଲୁକ ତଥା ମାନସିକତା ସବୁଥିରେ ବିରାଟ ସମ୍ପୂର୍ଣ୍ଣତା ବହନ କରନ୍ତି । ସେ ଛୋଲେ ଭଟୁରେ ଖାଇବାକୁ ପସନ୍ଦ କରନ୍ତି ଓ ବହୁତ ଭଲ ମଣିଷ ବୋଲି ଲୋକପ୍ରିୟ ନିର୍ଦ୍ଦେଶକ ମୁକେଶ ଛାବଡା ପ୍ରକାଶ କରିଛନ୍ତି । ସେ ସମସ୍ତଙ୍କ ପାଇଁ ଆଦର୍ଶ । କିଙ୍ଗ କୋହଲି କ୍ରିକେଟରୁ ବିଦାୟ ନେବା ପରେ ବି ସିନେମାକୁ ନ ଆସିବା ଉଚିତ ବୋଲି ବଲିଉଡର ଏହି ଲୋକପ୍ରିୟ ନିର୍ଦ୍ଦେଶକ କହିଛନ୍ତି ।

Get real time updates directly on you device, subscribe now.