fbpx

IBPS PO / MT ନିଯୁକ୍ତି ୨୦୨୪: ଅନଲାଇନ୍ ଆବେଦନ ସମୟସୀମା ବୃଦ୍ଧି ହେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ (ଆଇବିପିଏସ) ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବ୍ୟାଙ୍କ ପ୍ରୋବେସନାରୀ ଅଫିସର (ପିଓ) / ମ୍ୟାନେଜମେଣ୍ଟ ଟ୍ରେନି (ଏମଟି) ନିଯୁକ୍ତି ୨୦୨୪କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ପିଓ / ଏମଟି ପଦ ପାଇଁ ଆବେଦନର ଅନ୍ତିମ ତାରିଖ ଅଗଷ୍ଟ ୨୧ ରହିଥିବା ବେଳେ ଏବେ ଉକ୍ତ ଅବଧିକୁ ବୃଦ୍ଧି କରାଯାଇଛି । ପ୍ରାର୍ଥୀମାନେ ଏବେ ଅଗଷ୍ଟ ୨୮ ତାରିଖ ସୁଦ୍ଧା ଆବେଦନ କରିପାରିବେ । ଏଥିସହିତ ଏହି ଅବଧି ସୁଦ୍ଧା ପେମେଣ୍ଟ ମଧ୍ୟ ଦାଖଲ କରିପାରିବେ । ଏନେଇ ଆଇବିପିଏସ ପକ୍ଷରୁ ଏକ କରିଜେଣ୍ଡମ୍ ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ପହିଲାରୁ ଅନଲାଇନ୍ ଆବେଦନ ଓ ପେମେଣ୍ଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇ ୨୧ ତାରିଖ ମଧ୍ୟରେ ସମାପ୍ତ ହେବାର ଥିଲା । ଅକ୍ଟୋବରରେ ପ୍ରିଲିମିନାରୀ ପରୀକ୍ଷା, ନଭେମ୍ବରରେ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବା ପରେ ଆସନ୍ତା ବର୍ଷ ଜାନୁଆରୀ / ଫେବୃଆରୀରେ ସାକ୍ଷାତକାର ହେବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ୧୭୫ ଟଙ୍କା ଆବେଦନ ଫିସ୍ ରହିଥିବା ବେଳେ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ୮୫୦ ଟଙ୍କା ରହିଛି । ଚଳିତ ବର୍ଷ ଅଗଷ୍ଟ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ସୀମା ୨୦ରୁ ୩୦ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବା ଆବଶ୍ୟକ ।

ଆଇବିପିଏସ ଲିଙ୍କ: https://www.ibps.in/wp-content/uploads/Corrigendum-for-extension_CRP-XIV_final.pdf

Get real time updates directly on you device, subscribe now.