fbpx

CABରେ ଯିବା ବେଳେ ଲାଗିବନି ଡର… ଏକା ଥିବା ମହିଳାଙ୍କ ସୁରକ୍ଷା ପାଇଁ ନୂଆ ଫିଚର୍

ନୂଆଦିଲ୍ଲୀ: କୋଲକାତାରେ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ସାରା ଭାରତ ଏବେ ବିରୋଧ କରିବାରେ ଲାଗିଛି । ପୀଡ଼ିତାଙ୍କୁ ଉଚିତ୍ ନ୍ୟାୟ ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ସୁରକ୍ଷା ଦାବି କରୁଛନ୍ତି ହସ୍ପିଟାଲର ମହିଳା କର୍ମଚାରୀ । ତେବେ ଏହି ଘଟଣା ପରେ ମହିଳାଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ବିଭିନ୍ନ ସ୍ଥାନରେ ହେଉଥିବା ମହିଳା ବିରୋଧୀ ହିଂସାକୁ ରୋକିବା ଏବେ ପ୍ରଶାସନ ପାଇଁ ଏକ ଚାଲେଞ୍ଜ ପାଲଟିଯାଇଛି । ତେବେ ଏହାମଧ୍ୟରେ କ୍ୟାବ୍ ରେ ଯାତାୟତ କରୁଥିବା ମହିଳାମାନଙ୍କ ସୁରକ୍ଷାକୁ ନେଇ ବଡ଼ ପଦକ୍ଷେପ ନିଆଯାଇଛି । ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆ ଫିଚର୍ ସାମିଲ କରିଛନ୍ତି ସରକାର ।

କ୍ୟାବରେ ଯାତାୟତ କରିବା ସମୟରେ ସର୍ବଦା ସତର୍କ ଏବଂ ସାବଧାନ୍ ରହିବା ଉଚିତ୍ । ଅଧିକାଂଶ କ୍ୟାବ୍ ସର୍ଭିସ ଦେଉଥିବା କମ୍ପାନୀ ଆପ୍ ଜରିଆରେ ୟୁଜର୍ସଙ୍କ ପାଇଁ ‘ସେଫ୍ଟି ଫିଚର୍ସ’ର ଅପଡେଟ କରିଥାନ୍ତି । କିନ୍ତୁ ଏହିସବୁ ଫିଚର୍ସ ସମ୍ପର୍କରେ ଏବେ ବି ଲୋକେ ଅଜଣା ରହିଛନ୍ତି । ତେବେ କ୍ୟାବ୍ ରେ ଯାତାୟତ କରିବା ସମୟରେ ଜଣେ ଗ୍ରାହକ ନିମ୍ନଲିଖିତ ସମସ୍ତ ଫିଚର୍ସ ପାଇବା ପାଇଁ ଯୋଗ୍ୟ ହୋଇଥାଏ:-

  • ଯଦି ଆପଣ କ୍ୟାବ୍ ରାଇଡ ଉବର(Uber) ବ୍ୟବହାର କରୁଛନ୍ତି, ତେବେ ସର୍ବପ୍ରଥମେ ଆପ୍ ସେଟିଙ୍ଗକୁ ଯାଆନ୍ତୁ । ଏହି ଅପ୍ସନକୁ ଯିବା ପରେ Safety Preferences  ଉପରେ କ୍ଲିକ କରନ୍ତୁ
  • ଏହାପରେ ଆପଣଙ୍କୁ ୩ ସେଫ୍ଟି ଫିଚର୍ସ ମିଳିପାରିବ । ଏଥିରେ ଏକ ସେଫ୍ଟି ଚେକ୍-ଇନ୍ ପାଇଁ ରହିଥିବ । ଦ୍ୱିତୀୟ ଅପ୍ସନ ରେକର୍ଡ ଅଡିଓ ଏବଂ ତୃତୀୟ ଅପ୍ସନ ଟ୍ରିପ୍ ଷ୍ଟାଟସ୍ ଉପଲବ୍ଧ ଥାଏ । ଏହି ୩ଟି ଅପ୍ସନ ସାମନାରେ ଥିବା ବକ୍ସରେ ଠିକ୍ କରିନିଅନ୍ତୁ ।
  • ଏହାସହିତ ତଳେ ଥିବା ‘ଅଲ୍ ରାଇଡସ’ ଉପରେ ମଧ୍ୟ କ୍ଲିକ କରନ୍ତୁ । ଏହାଦ୍ୱାରା ଆପଣଙ୍କ ସମସ୍ତ ରାଇଡ୍ ପାଇଁ ଏହି ୩ଟି ଫିଚର୍ସ ସାମିଲ କରି ଦିଆଯିବ ।

ଯଦି ରାଇଡ୍ ସମୟରେ ଆପଣ କୌଣସି ଭୁଲ ରାସ୍ତାରେ ଯାଉଛନ୍ତି, କିମ୍ବା କୌଣସି ସ୍ଥାନରେ ଅଧିକ ସମୟ ପାଇଁ ଅଟକି ରହୁଛନ୍ତି, ଏହି ସେଫ୍ଟି ଚେକ୍-ଇନ୍ ଫିଚର୍ ଜରିଆରେ ଉବର୍ ଆପଣଙ୍କ ରାଇଡକୁ ଟ୍ରାକ୍ କରିପାରିବ । ଯଦି ଆପଣଙ୍କୁ ଲାଗୁଛି ଯେ, କ୍ୟାବରେ କୌଣସି ସମସ୍ୟା ରହିଛି ବା ଆପଣ ବିପଦରେ ଅଛନ୍ତି, ତେବେ ଆପଣ ଆପରୁ ୧୦୦ ନମ୍ବର ଡାଏଲ କରିପାରିବେ । ଏହାଦ୍ୱାରା ଆପଣଙ୍କ କାରର GPS ଟ୍ରାକିଙ୍ଗ ପୋଲିସ ପାଖରେ ପହଞ୍ଚି ପାରିବ ।

ସେହିପରି ଆପଣଙ୍କ ଗାଡ଼ିରେ ରେକର୍ଡିଙ୍ଗ ଫିଚର୍ ଜରିଆରେ ଆପଣଙ୍କ କଲ୍ ରେକର୍ଡିଙ୍ଗ ମଧ୍ୟ ଆରମ୍ଭ ହୋଇଯିବ । ଏହାବ୍ୟତୀତ ପ୍ରତ୍ୟେକ ରାଇଡ୍ ସହ ଆପଣଙ୍କ ପରିଚିତ ବ୍ୟକ୍ତିଙ୍କ ପାଖକୁ ଗାଡ଼ିର ସମସ୍ତ ତଥ୍ୟ ଏବଂ GPS ଇନଫର୍ମେସନ୍ ମଧ୍ୟ ପହଞ୍ଚିପାରିବ ।

Get real time updates directly on you device, subscribe now.