fbpx

ନୟାଗଡ଼ର ୪ଟି ଜେଲରେ ରେଡ୍‌, ଚାଲିଥିଲା ନିଶା କାରବାର

ନୟାଗଡ଼: ନୟାଗଡ଼ରେ ନିଶା କାରବାର ନେଇ ଆକ୍ସନ ମୋଡରେ ପୋଲିସ । ନୟାଗଡ଼ର ୪ଟି ଜେଲରେ ପୋଲିସ ଚଢ଼ାଉ କରିଥିବା ଖବର ସାମ୍ନାକୁ ଆସିଛି । ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ଚାଲିଛି ରେଡ୍ । ଆଡିସିନାଲ ଏସ୍ପିଙ୍କ ତତ୍ୱାବଧାନରେ ଦଶପଲ୍ଲା ଉପ କାରାଗାରରେ ଅତର୍କିତ ଚଢ଼ାଉ କରାଯାଇଥିଲା । ଜେଲରୁ ଟଙ୍କା ସହ ଗୁଟୁଖା, ଖଇନି, ଦିଆସିଲି, ବିଡ଼ି ଓ କିଛି ଦୁକୁତା ସିଜ୍ ହୋଇଛି । ନୟାଗଡ଼ SPଙ୍କ ନେତୃତ୍ୱରେ ଏକ ଟିମ ଏହି ଚଢ଼ାଉ କରିଥିଲା l ଦଶପଲ୍ଲା, ନୟାଗଡ଼, ରଣପୁର ଓ ଖଣ୍ଡପଡ଼ା ଜେଲରେ ଚଢ଼ାଉ କରାଯାଇଥିଲା ।

 

Get real time updates directly on you device, subscribe now.