fbpx

ବଡ଼ ଘୋଷଣା; ୧୮ ହଜାର କନିଷ୍ଠ ଶିକ୍ଷକଙ୍କ ମିଳିବ ନିଯୁକ୍ତି: ଆୟୋଜନ ହେବ ନିଯୁକ୍ତି ମେଳା

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ କ୍ୟାରିୟର ଗଢିବା ପାଇଁ ଇଚ୍ଛା ରଖିଥିବା ଯୁବପିଢୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ରାଜ୍ୟ ସରକାର । ଓଡ଼ିଶା ସରକାରଙ୍କ ତରଫରୁ ଖୁବଶୀଘ୍ର ଆୟୋଜନ ହେବାକୁ ଯାଉଛି ନିଯୁକ୍ତି ମେଳା । ରାଜ୍ୟରୁ ବେକାରୀ ସମସ୍ୟ ହଟାଇବା ସହ ସମସ୍ତ ସ୍କୁଲରେ ଯଥେଷ୍ଟ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ନିୟୋଜିତ କରାଇବା ପାଇଁ ପ୍ରୟାସ ଆରମ୍ଭ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏହି ନିଯୁକ୍ତି ମେଳା ଜରିଆରେ କନିଷ୍ଠ ଶିକ୍ଷକମାନଙ୍କୁ ସରକାର ନିଯୁକ୍ତି ପତ୍ର ବଣ୍ଟନ କରିବେ । ପ୍ରଥମ ପର୍ଯ୍ୟାୟରେ ୨୧ ହଜାର ନିଯୁକ୍ତି ପତ୍ର ବଣ୍ଟାଯିବ ବୋଲି ଜାଣିବାକୁ ମିଳିଛି । ଏହାମଧ୍ୟରେ ୧୮ ହଜାର କନିଷ୍ଠ ଶିକ୍ଷକଙ୍କ ମଧ୍ୟ ନିଯୁକ୍ତି ଦିଆଯିବ । ନିଯୁକ୍ତି ମେଳା ଜରିଆରେ ଏମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ରାଜ୍ୟ ସରକାର । ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ସ୍ଥାନକୁ ପୂରଣ କରିବା ପାଇଁ ବିକାଶଭିମୁଖୀ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

Get real time updates directly on you device, subscribe now.