fbpx

Parenting Tips: ପିଲାଙ୍କୁ ବୁଦ୍ଧିମାନ କରିବାକୁ ଚାହୁଁଛନ୍ତି କି ? ଶିକ୍ଷକଙ୍କୁ ପଚାରନ୍ତୁ ଏହି ସବୁ ପ୍ରଶ୍ନ

ଓଡ଼ିଶା ଭାସ୍କର: ପ୍ରତ୍ୟେକ ମାତା ପିତା ଚାହିଁଥାନ୍ତି କି ସେମାନଙ୍କ ପିଲା ସ୍କୁଲରୁ ଉତ୍ତମ ଶିକ୍ଷା ଲାଭ କରୁ । ପିଲାଙ୍କ ସାମଗ୍ରିକ ବିକାଶ ମାତା ପିତା ଓ ଅଭିଭାବକଙ୍କ ପ୍ରଥମ ଦାୟିତ୍ୱ ଅଟେ । ସ୍କୁଲରେ ପିଲାଙ୍କୁ ଉଚିତ ଶିକ୍ଷା ଦେବା ହେଉଛି ଶିକ୍ଷକଙ୍କ ଦାୟିତ୍ୱ । ଘର ପରେ ସ୍କୁଲରେ ହିଁ ପିଲା ଅଧିକ ସମୟ ବିତାଇଥାଏ । ତେଣୁ କିପରି ପିଲାଙ୍କ ପାଠପଢ଼ାରେ ଉନ୍ନତି ହୋଇପାରିବ ଏବଂ ସେମାନଙ୍କ ଭବିଷ୍ୟତକୁ ନେଇ ସ୍କୁଲ ଶିକ୍ଷକଙ୍କ ସହ ଆଲୋଚନା କରିପାରିବେ । ତେବେ ଆସନ୍ତୁ ଜାଣିବା ଜଣେ ଉତ୍ତମ ମାତା ପିତା ଭାବେ ଶିକ୍ଷକଙ୍କୁ କେଉଁ ସବୁ ପ୍ରଶ୍ନ ପଚାରିବା ଉଚିତ ?

ପିଲାଙ୍କୁ ଅନୁଶାସିତ କରିବାର ବିଭିନ୍ନ ମାର୍ଗ ରହିଛି । ପିଲାଙ୍କ ବିକାଶ ଦିଗରେ ଶିକ୍ଷକ ଏବଂ ମାତାପିତାଙ୍କ ମଧ୍ୟରେ ଟ୍ରାନ୍ସପରେନ୍ସି ରହିବା ଉଚିତ । ଶିକ୍ଷକଙ୍କ ସହ ଆଲୋଚନା ମାଧ୍ୟମରେ ମନରେ ଥିବା ଦ୍ୱନ୍ଦ୍ୱ ଦୂର କରିପାରିବେ ।

୧. କ୍ଲାସରେ ପିଲାଙ୍କ ପାର୍ଟିସିପେସନ୍‌: ପିଲା କ୍ଲାସରୁମରେ କେତେ ଆକ୍ଟିଭ ରହୁଛି ? ପାଠପଢ଼ା ବ୍ୟତୀତ ଏକ୍ଟ୍ରା କୋ- କରିକୁଲାର ଆକ୍ଟିଭିଟିରେ ପିଲାର ପାର୍ଟିସିପେସନ୍ କେତେ? କ୍ଲାସ୍ ଟିଚରଙ୍କୁ ଏଭଳି ପ୍ରଶ୍ନ ପଚାରିବା ଦ୍ୱାରା ଆପଣ ପିଲାଙ୍କ ବିକାଶଧାରାର ଅନୁମାନ କରିପାରିବେ । ଆପଣଙ୍କ ପିଲା କୌଣସି ଏକ୍ଟ୍ରା କୋ- କରିକୁଲାର ଆକ୍ଟିଭିଟିଜରେ ଭାଗ ନେଉନଥିଲେ ଟିଚରଙ୍କୁ କହି ସେମାନଙ୍କ ମନରେ ଇଚ୍ଛା ପ୍ରକଟ କରାଇପାରିବେ ।

୨. ବ୍ୟବହାର: ସ୍କୁଲରେ ଶିକ୍ଷକ ଏବଂ ଅନ୍ୟ ସହପାଠୀଙ୍କ ସହ ପିଲାର ବ୍ୟବହାର କିପରି ? ରାଗିବା, ଜିଦ୍ କରିବା, ମାରପିଟ୍ କରିବା ଇତ୍ୟାଦି ବିଷୟକୁ ନେଇ ଶିକ୍ଷକଙ୍କ ସହ କଥାବାର୍ତ୍ତା ହୋଇପାରିବେ । ଅଧିକାଂଶ ସମୟରେ ଘରେ ପିଲାଙ୍କୁ ଦୃଷ୍ଟି ନ ଦେଲେ ସେମାନେ ଦୁଷ୍ଟ ହୋଇଥାନ୍ତି । ଘରେ ମାତା ପିତାଙ୍କ ଏବଂ ସ୍କୁଲରେ ଶିକ୍ଷକଙ୍କ କଥାକୁ ଇଗନୋର କରିଥାନ୍ତି । ବେଳେ ବେଳେ ପିଲାମାନେ ନିଜ ସମସ୍ୟା ଲୁଚାଇଥାନ୍ତି । ଏମିତିରେ ସେମାନଙ୍କ ଉପରେ କ୍ରୋଧିତ ନ ହୋଇ ଆରାମରେ ମଜାଳିଆ ଢ଼ଙ୍ଗରେ କଥା ଜାଣିବାକୁ ଚେଷ୍ଟା କରନ୍ତୁ ।

୩. ପାଠପଢ଼ାରେ ତୃଟି: ଆଜିକାଲି ଅଧିକାଂଶ ମାତା ପିତା କର୍ମଜୀବି ହୋଇଥିବାରୁ ପିଲାଙ୍କ ପାଠପଢ଼ା ଉପରେ ଧ୍ୟାନ ଦେଇ ପାରୁନାହାଁନ୍ତି । ଅନେକାଂଶରେ ଟ୍ୟୁସନ ଦେବା ପରେ ବି ପିଲା ଭଲ ପାଠ ପଢ଼ିନଥାଏ । ତେଣୁ ଶିକ୍ଷକଙ୍କ ସହ ଏ ବିଷୟରେ ଆଲୋଚନା କରନ୍ତୁ । କିପରି ପିଲାଙ୍କ ପାଠପଢ଼ାରେ ଉନ୍ନତି ହୋଇପାରିବ, ପାଠପଢ଼ା ଶୈଳୀରେ ପରିବର୍ତ୍ତନ, ପାଠପଢ଼ା ମାହୋଲ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ ।

୪. ରୁଚି: କ୍ରୀଡ଼ା, ଚିତ୍ରାଙ୍କନ, ନାଚ- ଗୀତ ଆଦି କେଉଁ ବିଷୟରେ ପିଲାଙ୍କ ରୁଚି ରହିଛି ଶିକ୍ଷକଙ୍କ ସହ ଆଲୋଚନା କରନ୍ତୁ । ପିଲାଙ୍କ ମଧ୍ୟରେ ଥିବା କଳା ଏବଂ ପ୍ରତିଭାକୁ ବିକଶିତ କରିବା ଦିଗରେ ପ୍ରୟାସ କରନ୍ତୁ । ଏଭଳି ସ୍ଥିତିରେ ପିଲାଙ୍କୁ ଉଭୟ ମାତାପିତା ଏବଂ ଶିକ୍ଷକଙ୍କ ସହଯୋଗ ଆବଶ୍ୟକ ହୋଇଥାଏ । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସେମାନଙ୍କୁ ପ୍ରୋତ୍ସାହି କରିପାରିବେ ।

୫. କୁଅଭ୍ୟାସ: ପିଲାମାନେ ଘର ବାହାରକୁ ଗଲେ ଉଭୟ ସୁସଂଗତ ଏବଂ କୁସଂଗତ ସଂସ୍ପର୍ଶରେ ଆସିଥାନ୍ତି । ଉଭୟ ମାତା ପିତା ଏବଂ ଶିକ୍ଷକଙ୍କୁ ସେମାନଙ୍କ ଉପରେ ଦୃଷ୍ଟି ଦେବା ଉଚିତ । କ୍ଲାସ ବଙ୍କ୍ କରିବା, ମିଛ କହିବା ଭଳି ପ୍ରବୃତ୍ତି ସେମାନଙ୍କ ବ୍ୟବହାରରେ ନଜର ଆସିଥାଏ । ପିଲାଙ୍କ କୁଅଭ୍ୟାସକୁ କିପରି ସୁଧାରି ପାରିବେ ସେନେଇ ଆଲୋଚନା କରିପାରିବେ ।

 

Get real time updates directly on you device, subscribe now.