fbpx

‘ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳକୁ ବାଦ ଦେଇ ଅନ୍ୟ ଅଞ୍ଚଳରେ ଖାଇପାରିବେ କୁକୁଡା’: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ବିବୃତ୍ତି

ପୁରୀ: ପିପିଲିରେ ବାର୍ଡ ଫ୍ଲୁ ଚିନ୍ତାର କାରଣ ପାଲଟିଛି। ଏଠାରେ ଶହ ଶହ କୁକୁଡାଙ୍କୁ ମାରି ପୋତାଯାଇଛି। ତେବେ ଏ ନେଇ ବର୍ତ୍ତମାନ ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏକ ବଡ଼ ବୟାନ ଜାରି କରିଛନ୍ତି। ସେ କହିଛନ୍ତି ଯେ, ଜିଲ୍ଲାରେ କେବଳ ଦୁଇ ବ୍ଲକରେ ବାର୍ଡ ଫ୍ଲୁ ଆତଙ୍କ ରହିଛି। ପିପିଲି ଏବଂ ସାକ୍ଷୀଗୋପାଳରୁ ନମୁନା ଭୋପାଳ ପଠାଯାଇଥିଲା ଏବଂ ରିପୋର୍ଟ ପଜିଟିଭ ଆସିଛି।

ମନ୍ତ୍ରୀଙ୍କ କହିବାନୁଯାୟୀ,ଏପର୍ଯ୍ୟନ୍ତ ୩୦ ହଜାର କୁକୁଡାକୁ ମରାଯାଇ ସାନିଟାଇଜ କରାଯାଇଛି। ଏଥିସହ ଏହାକୁ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ବାର୍ଡ ଫ୍ଲୁ ପଜିଟିଭ ଥିବା ଅଞ୍ଚଳକୁ ବାଦ ଦେଲେ ଅନ୍ୟ ଅଞ୍ଚଳରେ କୁକୁଡା ଖାଇବାରେ ପ୍ରତିବନ୍ଧକ ନାହିଁ।

ଚାଷୀମାନଙ୍କ କ୍ଷତି ପୂରଣ ବାବଦରେ ଛୋଟ କୁକୁଡାକୁ ୨୦ ଟଙ୍କା ଏବଂ ବଡ କୁକୁଡାକୁ ୭୦ ଟଙ୍କା ଦେବାକୁ ବିଭାଗ ଯୋଜନା କରୁଛି। ଆଗାମୀ ଦିନରେ ଯେପରି ବାର୍ଡ ଫ୍ଲୁ ନ ବ୍ୟାପିବ ସେନେଇ ସତର୍କତା ମୂଳକ ପଦକ୍ଷେପ ନେବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

Get real time updates directly on you device, subscribe now.