fbpx

Video; ତାଲିବାନୀଙ୍କଠୁ ବଳିଗଲେ, ଚୋରି ସନ୍ଦେହରେ ଯୁବକଙ୍କ ପ୍ରାଇଭେଟ୍ ପାର୍ଟରେ ଭର୍ତ୍ତିକଲେ ଲଙ୍କାଗୁଣ୍ଡ ସହ କାଠ

ପାଟନା: ବିହାରର ଅରାରିଆ ଜିଲ୍ଲାରେ ସାମ୍ନାକୁ ଆସିଛି ସାଙ୍ଘାତିକ ଚିତ୍ର। ଅକଳ୍ପନୀୟ ନିର୍ଜାତନାର ଶିକାର ହେଲେ ଜଣେ ଯୁବକ। ଅମାନବୀୟ ବ୍ୟବହାର କରାଯାଇଥିଲା। ତାଙ୍କ ଅଣ୍ଡରୱେୟାର ବାହାର କରି ତାଙ୍କ ପ୍ରାଇଭେଟ ପାର୍ଟରେ ଲାଲ ଲଙ୍କା ଗୁଣ୍ଡ ଭର୍ତ୍ତି କରିଦେଲେ। ଯୁବକଙ୍କୁ ବିଭିନ୍ନ ଉପାୟରେ ନିର୍ଯାତନା ଦେବା ପରେ ତାଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ସୂଚନାଯୋଗ୍ୟ, ପୀଡ଼ିତ ଯୁବକଙ୍କ ବିରୋଧରେ ଚୋରି ଅଭିଯୋଗ ହୋଇଛି। ଯେଉଁଥିପାଇଁ ଗ୍ରାମବାସୀ ତାଙ୍କୁ ଏଭଳି ତାଲିବାନ ଦଣ୍ଡ ଦେଇଥିଲେ।

ସୂଚନା ଅନୁସାରେ ଏହି ଲଜ୍ଜାଜନକ ଘଟଣାଟି ନଗର ଥାନା ଅନ୍ତର୍ଗତ ଇସଲାମନଗରରେ ଘଟିଛି। ଯେଉଁଠି ବାଇକ୍ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ କିଛି ଲୋକ ଧରିଥିଲେ ଏବଂ ତାଙ୍କ ସହ ଏଭଳି ବ୍ୟବହାର କରାଯାଇଥିଲା। ଖାଲି ସେତିକି ନୁହେଁ କିଛି ଲୋକ ତାଙ୍କ ସହ ଅମାନବୀୟ ଆଚରଣ କରୁଥିବା ବେଳେ କିଛି ଲୋକ ତାଙ୍କ ଭିଡିଓ ତିଆରି କରୁଥିଲେ। ଯାହା ପରେ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା । ଏହି ଭିଡିଓଟି ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନେ ଆଇନକୁ ହତକୁ ନେଇ ଯୁବକଙ୍କୁ ଏତେ ନିର୍ଯାତନା ଦେଇଛନ୍ତି। ଏଦୃଶ୍ୟ ଦେଖିଲେ ଦର୍ଶକଙ୍କ ଲୋମ ଠିଆ ହୋଇଯିବ। ପ୍ରଥମେ ଯୁବକଙ୍କ ଦୁଇ ହାତକୁ ଦଉଡ଼ିରେ ବାନ୍ଧି ଦିଆଯାଇଥିଲା। ଏହାପରେ ତାଙ୍କ ଅଣ୍ଡରୱେୟାର ବାହାର କରି ପ୍ରାଇଭେଟ ପାର୍ଟରେ ଲାଲ ଲଙ୍କା ଗୁଣ୍ଡ ପକାଇଥିଲେ । ଏତିକିରେ ମନ ବୁଝିଲାନି ଅଭିଯୁକ୍ତ ମାନେ ମଳଦ୍ୱାରରେ କାଠ ରଖି ଲଙ୍କା ଗୁଣ୍ଡ ଭର୍ତ୍ତି କରିଥିଲେ ।

 

 

 

Get real time updates directly on you device, subscribe now.