fbpx

ଆରଜି କର ହସ୍ପିଟାଲର ପୂର୍ବ ପ୍ରିନ୍ସିପାଲ ସସପେଣ୍ଡ: କୋଲକତା ମହିଳା ଡାକ୍ତର ହତ୍ୟା ମାମଲାରେ IMAର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: କୋଲକତା ମହିଳା ଟ୍ରେନିଂ ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସିଛି ଏକ ବଡ଼ ଅପଡେଟ୍ । ଏହି ମାମଲାରେ ସିବିଆଇ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତମାନଙ୍କୁ ଜେରା କରାଯାଉଛି ଓ ପଲିଗ୍ରାଫ ଟେଷ୍ଟ କରାଯାଉଛି । ତେବେ ଏହା ମଧ୍ୟରେ ଏହି ମାମଲାରେ ଭାରତୀୟ ମେଡିକାଲ ସଂଘ (ଆଇଏମଏ) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆରଜି କର ହସ୍ପିଟାଲର ପୂର୍ବ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସସପେଣ୍ଡ କରିଛି ଆଇଏମଏ ।

ସୂଚନାଯୋଗ୍ୟ ଯେ, କୋଲକତାରେ ଘଟିଥିବା ମହିଳା ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହି ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସାରା ଦେଶରେ ଡାକ୍ତରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହସ୍ପିଟାଲର ପୂର୍ବ ପ୍ରିନ୍ସିପାଲ ସନ୍ଦୀପ ଘୋଷ ହସ୍ପିଟାଲ ସହ ଜଡ଼ିତ ଅନେକ ମାମଲାରେ ଛନ୍ଦି ହୋଇଥିଲେ । ତାଙ୍କର କାର୍ଯ୍ୟକାଳ ସମୟରେ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଥିଲା । ମହିଳା ଟ୍ରେନି ଡାକ୍ତରଙ୍କ ହତ୍ୟା ମାମଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଘୋର ନିନ୍ଦା କରିଥିଲେ । ମହିଳାଙ୍କ ପ୍ରତି ହିଂସା ‘ବହୁତ ହୋଇଗଲା’ ବୋଲି ରାଷ୍ଟ୍ରପତି କହିବା ସହ ଏହା ଅତ୍ୟନ୍ତ ଉଦବେଗଜନକ ଓ ଭୟାନକ ବୋଲି କହିଥିଲେ ।

Get real time updates directly on you device, subscribe now.