fbpx

ରିଲାଏନ୍ସ-ଡିଜ୍ନିର ମିଶ୍ରଣକୁ ଅନୁମୋଦନ କଲା ସିସିଆଇ, ନୀତା ଅମ୍ବାନୀ ହେବେ ନୂଆ କମ୍ପନୀର ଚେୟାରମ୍ୟାନ

ନୂଆଦିଲ୍ଲୀ: କମ୍ପିଟିସନ କମିଶନ ଅଫ ଇଣ୍ଡିଆ ରିଲାଏନ୍ସ ଏବଂ ଡିଜ୍ନି ଇଣ୍ଡିଆର ମିଡିଆ ଆସେଟର ମିଶ୍ରଣକୁ ମଞ୍ଜୁରୀ ଦେଇଛନ୍ତି। ଏହି ନିଷ୍ପତ୍ତି ୨୮ ଅଗଷ୍ଟ ଅର୍ଥାତ ଆଜି ଅଫିସିଆଲ କରାଯାଇଛି। ଏକ ରିପୋର୍ଟ ମୁତାବକ ଏହାର ଡିଲ୍ ୭୦ ହଜାର ୩୫୦ କୋଟି ଟଙ୍କାରେ ହୋଇଛି। ସିସିଆଇ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ଆୟୋଗ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ, Viacom18 Media Pvt Ltd, Digital18 Media Ltd, Star India Pvt Ltd ଏବଂ Star Television Production Ltdର ପ୍ରସ୍ତାବିତ କମ୍ବିନେସନକୁ ମଞ୍ଜୁରୀ ଦିଆଯାଇଛି। ଏହି ମଞ୍ଜୁରୀ କିଛି ସ୍ୱେଚ୍ଛାକୃତ ସଂଶୋଧନ ଅନୁଯାୟୀ ଏହି ଅନୁମୋଦନ ଦିଆଯାଇଛି।

୨୯ ଅଗଷ୍ଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୭ତମ ଆନୁଆଲ ମିଟିଂ ଅର୍ଥାତ ଏଜିଏମ ଏବଂ ଏହାର ଗୋଟିଏ ଦିନ ପୂର୍ବରୁ ମିଶ୍ରଣକୁ ମଞ୍ଜୁରୀ ମିଳିଛି। ଫେବୃଆରୀ ୨୦୨୪ରେ ରିଲାଏନ୍ସ ଗ୍ରୁପର କମ୍ପାନୀ Viacom18 ଏବଂ Disney Indiaର ଭାରତୀୟ ୟୁନିଟ ଷ୍ଟାର ଇଣ୍ଡିଆ ମିଶ୍ରଣର ଘୋଷଣା କରିଥିଲେ। ଏହି ମିଶ୍ରଣର ଲକ୍ଷ ଭାରତର ସବୁଠାରୁ ବଡ଼ ଟିଭି ଏବଂ ଡିଜିଟାଲ ଷ୍ଟ୍ରିମିଣ୍ଟ ପ୍ଲାଟଫର୍ମ ହେବାକୁ ଥିଲା।

ନୂଆ କମ୍ପାନୀର ବୋର୍ଡରେ ୧୦ ଜଣ ହେବେ। ଯେଉଁଥିରେ ରିଲାଏନ୍ସର ୫, ଡିଜ୍ନିର ୩ ଏବଂ ଆଉ ୨ ସ୍ୱତନ୍ତ୍ର ନିବେଶକ ହେବେ। ଏହି ମିଶ୍ରଣ ଆଗାମୀ ବର୍ଷର ଗତ ୬ ମାସରେ ପୂରଣ ହେବାର ଆଶା ରହିଛି। ମିଶ୍ରଣ ପରେ ଯେଉଁ କମ୍ପାନୀ ହେବ, ତାର ଚେୟାରମ୍ୟାନ ନୀତା ଅମ୍ବାନୀ ହେବେ। ସେହିପରି Walt Disneyର ପୂର୍ବତନ କାର୍ଯ୍ୟନିର୍ବାହୀ ଉଦୟ ସଙ୍କର ଏହି କମ୍ପାନୀର ଭାଇସ ଚେୟାରପର୍ସନ ହେବେ।

Get real time updates directly on you device, subscribe now.