fbpx

AI ସପୋର୍ଟ ଥିବା ୧୦ଟି ନୂଆ ୱାଶିଂ ମେଶିନ୍ ଭାରତରେ ଲଞ୍ଚ କଲା ସାମସଙ୍ଗ: ସ୍ମାର୍ଟଫୋନ ଦ୍ୱାରା କଣ୍ଟ୍ରୋଲ ହେବ ସବୁ ମେଶିନ୍

ନୂଆଦିଲ୍ଲୀ: ଦିନକୁ ଦିନ କୃତ୍ରିମ ବୁଦ୍ଧିମତା (ଏଆଇ)ର ବ୍ୟବହାର ବଢ଼ିବାରେ ଲାଗିଛି । ସେଥିପାଇଁ ଏବେ ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀମାନଙ୍କରେ ମଧ୍ୟ ଏଆଇର ପ୍ରୟୋଗ କରାଯାଉଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ସାମସଙ୍ଗ ଭାରତୀୟ ବଜାରରେ ତା’ର ନୂଆ ୱାଶିଂ ମେଶିନ୍ ରେଞ୍ଜକୁ ଲଞ୍ଚ କରିଛି । ସାମସଙ୍ଗ ୧୦ଟି ନୂଆ ୱାଶିଂ ମେଶିନ୍ ଲଞ୍ଚ କରିଥିବା ବେଳେ ସେଥିରେ ଏଆଇର ସପୋର୍ଟ ରହିଛି । କମ୍ପାନୀ ବେସପୋକ ଏଆଇ ସହିତ ଏଗୁଡ଼ିକୁ ଲଞ୍ଚ କରିଛି, ଯାହାର କ୍ଷମତା ୧୨ କେଜି ରହିଛି ।

ସବୁଠାରୁ ବଡ଼ କଥା ହେଉଛି, ଏହି ମେଶିନଗୁଡ଼ିକୁ ଗ୍ରାହକମାନେ ନିଜର ସ୍ମାର୍ଟଫୋନ ଦ୍ୱାରା ମଧ୍ୟ କଣ୍ଟ୍ରୋଲ କରିପାରିବେ । ଏଥିରେ ଏଆଇ ଫିଚର୍ସ ଦିଆଯାଇଥିବାରୁ ତାହା ୟୁଜର୍ସଙ୍କ ପାଇଁ ଏକ ବଢ଼ିଆ ଏକ୍ସପିରିୟନ୍ସ ରହିବ । ଏହି ୱାଶିଂ ମେଶିନଗୁଡ଼ିକୁ ବଡ଼ ଲୋଡସକୁ ହ୍ୟାଣ୍ଡେଲ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଯଦି ଆପଣ ହେଭି ୟୁଜ କରିବା ପାଇଁ ୱାଶିଂ ମେଶିନ ଚାହାନ୍ତି, ତେବେ ଏହାକୁ ଟ୍ରାଏ କରିପାରିବେ । ଏଥିରେ ଏଆଇ ୱାଶ, ସାୟଲ ଲେବଲ ଟ୍ରାକିଂ, ଏନର୍ଜୀ ମୋଡ଼, ସ୍ମାର୍ଟ ଥିଙ୍ଗ କ୍ଲୋଦିଂ ଓ ଅନ୍ୟ ଫିଚର୍ସ ମିଳୁଛି ।

ଏହାକୁ ଆପଣମାନେ ସାମସଙ୍ଗର ୱେବସାଇଟ, ସାମସଙ୍ଗ ଶପ ଆପ, ରିଟେଲ ଷ୍ଟୋର ଅନ୍ୟ ଇ-କମର୍ସ ପ୍ଲାଟଫର୍ମରୁ କିଣି ପାରିବେ । ଏହାର ମୂଲ୍ୟ ୫୨,୯୯୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ତାହାକୁ ଆପଣମାନେ ଆଇନକ୍ସ, ନେଭୀ ଓ ବ୍ଲାକ କଲରରେ କିଣି ପାରିବେ । ଏହାକୁ ଆପଣମାନେ ସ୍ମାର୍ଥଥିଙ୍ଗସ ଆପ୍ସରୁ ସଂଯୋଗ କରି ବ୍ୟବହାର କରିପାରିବେ । ଉଭୟ ଆଣ୍ଡ୍ରଏଡ ଓ ଆଇଓଏସ ପ୍ଲାଟଫର୍ମରେ ଏହା ସହଜରେ କାମ କରିବ । ଏଥିପାଇଁ ଆପଣଙ୍କୁ ୱାଇ-ଫାଇ ନେଟୱାର୍କ ଓ ସାମସଙ୍ଗ ଆକାଉଣ୍ଟର ଆବଶ୍ୟକତା ପଡ଼ିବ ।

Get real time updates directly on you device, subscribe now.