fbpx

Stree-3ରେ ଭୟଙ୍କର ଲୁକ୍ ରେ ଫେରିବେ ଅକ୍ଷୟ କୁମାର! ‘ସ୍ତ୍ରୀ’ ସହ ହେବ ମହାଲଢେଇ

ମୁମ୍ବାଇ: ଶ୍ରଦ୍ଧା କପୁରଙ୍କ ହରର୍ କମେଡି ସିନେମା ‘ସ୍ତ୍ରୀ-୨’ ବର୍ତ୍ତମାନ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି । ଦମଦାର ଇନମକମ୍ କରି ‘ବାହୁବଳୀ’ର ରେକର୍ଡକୁ ପଛରେ ପକାଇଛି ସ୍ତ୍ରୀ-୨ । ଏହାକୁ ନେଇ ସିନେପ୍ରେମୀ ଖୁବ ପସନ୍ଦ କରିଛନ୍ତି । ତେବେ ସିନେମାରେ ଦମଦାର କ୍ୟାମିଓ କରିଛନ୍ତି ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର । ବର୍ତ୍ତମାନ ଏହା ଅନୁମାନ କରାଯାଉଛି ଯେ, ସ୍ତ୍ରୀ ସିରିଜର ତୃତୀୟ ସିନେମାରେ ସୁପରଷ୍ଟାର ଅକ୍ଷୟ କୁମାର ଖଳନାୟକ ଭୂମିକାରେ ନଜର ଆସିବେ । ‘ସ୍ତ୍ରୀ-୩’ରେ କମେଡି ଏବଂ ଭୟର ଦମଦାର ପ୍ୟାକେଜ୍ ସହ ପ୍ରମୁଖ ଚରିତ୍ରରେ ନଜର ଆସିପାରନ୍ତି ଅକ୍ଷୟ କୁମାର । ଏ ନେଇ ସିନେମାର ‘ସ୍ତ୍ରୀ’ ନିଜେ ପ୍ରକାଶ କରିଛନ୍ତି ।

ଅମର କୌଶିକଙ୍କ ନିର୍ଦ୍ଦେଶିତ ସ୍ତ୍ରୀ-୨ରେ ‘ସ୍ତ୍ରୀ’ ଭୂମିକାରେ ଥିବା ଭୂମୀ ରାଜଗୌର ‘ସ୍ତ୍ରୀ-୩’କୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି । ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ କଡ଼ା ଟକ୍କର ହୋଇପାରେ ବୋଲି ସେ ପ୍ରକାଶ କରିଛନ୍ତି । ସ୍ତ୍ରୀ-୨କୁ ମିଳିଥିବା ସଫଳତା ପରେ ନିର୍ମାତା ଏହାର ଆଗାମୀ ପାର୍ଟ ପ୍ରସ୍ତୁତ କରିବା ପାଇଁ ଇଚ୍ଛାପ୍ରକାଶ କରିପାରନ୍ତି । ତେବେ ଏହି ସିନେମାରେ ସ୍ତ୍ରୀ ବିରୋଧରେ ଆସିପାରନ୍ତି ଅକ୍ଷୟ କୁମାର । ଏହାବ୍ୟତୀତ ସିନେମାରେ ଅକ୍ଷୟ କୁମାର ନିଜକୁ ‘ସରକଟା ଦାନବ(ସ୍ତ୍ରୀ-୨)’ର ବଂଶଜ ବୋଲି ମଧ୍ୟ କହିଛନ୍ତି । ତେବେ ଶେଷରେ ସରକଟା ଦାନବର ଶେଷ ଅଂଶ ଅକ୍ଷୟ କୁମାରଙ୍କ ଶରୀରରେ ରହିଥିବା ଦେଖାଯାଇଛି । ତେଣୁ ଅକ୍ଷୟ କୁମାର ହିଁ ଏହାର ତୃତୀୟ ପାର୍ଟରେ ଭୟଙ୍କର ଭୂମିକାରେ ନଜର ଆସିପାରନ୍ତି ବୋଲି ଅନୁମାନ କରାଯାଉଛି ।

ତେବେ ଏହା କେତେ ଦୂର ସତ ହେବ, ସେ ନେଇ ନିଶ୍ଚିତ ନୁହେଁ ବୋଲି କହିଛନ୍ତି ଭୂମୀ ରାଜଗୌର । ସେପଟେ ଚଳଚ୍ଚିତ୍ର ନିର୍ମାତା ମଧ୍ୟ ସ୍ତ୍ରୀ-୩କୁ ନେଇ କୌଣସି ଅପଡେଟ୍ ଦେଇନାହାନ୍ତି । କିନ୍ତୁ ଯଦି ସ୍ତ୍ର-୩ରେ ଅକ୍ଷୟ କୁମାର ଖଳନାୟକ ଭୂମିକାରେ ଆସନ୍ତି, ଏହା ଖୁବ ମଜାଦାର ହେବ ବୋଲି ସେ କହିଛନ୍ତି । ଭୂମୀ କହିଛନ୍ତି ଯେ, ମୋତେ ସତରେ ଭୟ ଲାଗୁଛି, କାରଣ ଅକ୍ଷୟ କୁମାର ଜଣେ ମାର୍ସଲ ଆର୍ଟସ ଏକ୍ସପର୍ଟ’ । ତେବେ ସ୍ତ୍ରୀ-୨ ବର୍ତ୍ତମାନ ବକ୍ସ ଅଫିସରେ ରାଜ୍ କରୁଛି । ଏହାର ସଫଳତାକୁ ଦେଖି ନିର୍ମାତା ସ୍ତ୍ରୀ-୩ ଆଣିବା ପାଇଁ ଦାବି କରିଛନ୍ତି ଦର୍ଶକ ।

Get real time updates directly on you device, subscribe now.