fbpx

ଇନଷ୍ଟାଗ୍ରାମରେ ଆସିଲା ଧମାକାଦାର ଫିଚର, ଏଣିକି ଫଟୋକୁ Personalized କରିବା ପାଇଁ ମିଳିବ ଅପସନ

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ଏକ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଅଟେ। ଯୁବକଙ୍କ ମଧ୍ୟରେ ଏହି ଆପ ପପୁଲାର ଅଟେ। ଡେଲି ରୁଟିନ ଲାଇଫରେ କୋଟି କୋଟି ଲୋକେ ପ୍ରତ୍ୟେକ ଦିନ ଏହାର ବ୍ୟବହାର କରୁଛନ୍ତି। ନିଜ ୟୁଜର୍ସଙ୍କୁ ନୂଆ ଅନୁଭବ ଦେବା ପାଇଁ କମ୍ପାନୀ ମଝିରେ ମଝିରେ ନୂଆ ନୂଆ ଫିଚର୍ସ ଆଣିଥାଏ। ଯଦି ଆପଣ ବି ଇନଷ୍ଟାଗ୍ରାମକୁ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। କମ୍ପାନୀ ୟୁଜର୍ସଙ୍କ ପାଇଁ ଏକ ଫିଚରକୁ ରୋଲଆଉଟ କରିଛି। ଏହି ନୂଆ ଫିଚରୁ ୟୁଜର୍ସଙ୍କୁ ସୋସିଆଲ ମିଡିଆ ପୋଷ୍ଟରେ ଏକ ନୂଆ ଅନୁଭୂତି ମିଳିବ।

ଇନଷ୍ଟାଗ୍ରମର ନୂଆ ଫିଚର ଟେକ୍ସଟ ଟୁଲ ଗ୍ରିଡ ହୋଇଛି। ଏଥିରେ ୟୁଜର୍ସକୁ ପୋଷ୍ଟ କରିବା ପାଇଁ ପର୍ସନାଲାଇଜଡ ଗ୍ରିଡର ଅପସନରେ ମିଳିବ। ଏହି ଟିଲ୍ସ ଆସିବା ପରେ ୟୁଜର୍ସ ନିଜ ଫଟୋଜ ଉପରେ ଲେୟାର ଲଗାଇପାରିବେ ଏବଂ ଏଥିସହ ଷ୍ଟିକର୍ସ ପାଇଁ ଟେକ୍ସଟ ମଧ୍ୟ ଯୋଡିପାରିବେ। ଆସନ୍ତୁ ଇନଷ୍ଟାଗ୍ରାମର ଏହି ନୂଆ ଟେକ୍ସଟ ଟୁଲ ଗ୍ରିଡ ବିଷୟରେ ଡିଟେଲ୍ସରେ ଜାଣିବା।

ଯଦି ଆପଣ ଅଧିକ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି ଏବଂ ଆପଣଙ୍କୁ ଫଟୋ ସେୟାରିଂର ଅଭ୍ୟାସ ରହିଛି ତେବେ ଆପଣଙ୍କ ପାଇଁ ନୂଆ ଫିଚର ଭକ କାମ ଦେବ। ବର୍ତ୍ତମାନ ଆପଣଙ୍କୁ ପୋଷ୍ଟକୁ ପର୍ସନଲାଇଜଡ କରିବାର ମଧ୍ୟ ଅପସନ ମିଳିବ। ଏହି ଟୁଲର ସାହାଯ୍ୟରେ ଆପଣ ଫଟୋଜ ଉପରେ ଟେକ୍ସଟକୁ ଯୋଡି ପାରିବେ। ଖାସ କଥା ହେଉଛି, ଟେକ୍ସଟ ଯୋଡିବା ପାଇଁ ଆପଣଙ୍କୁ ଭିନ୍ନ ଭିନ୍ନ ଫଣ୍ଟର ମଧ୍ୟ ଅପସନ ଦିଆଯିବ। ମାତ୍ର ଏତିକି ନୁହେଁ, ୟୁଜର୍ସ ନିଜ ଇଚ୍ଛା ମୁତାବକ ଇନଷ୍ଟାଗ୍ରାମରେ ହାର୍ଟ, ଷ୍ଟାର, ସର୍କଲ ଏବଂ ଅନେକ ସାଇଜରେ ଷ୍ଟିକର୍ସ ମଧ୍ୟ ପ୍ରସ୍ତୁତ କରିପାରିବେ।

Get real time updates directly on you device, subscribe now.