fbpx

ଓଜନ ସ୍ତରରେ ଛିଦ୍ର ଯୋଗୁଁ ଧ୍ୱଂସ ହୋଇଥିଲା ପୃଥିବୀ, ପୁଣି ଥରେ ଘଟିପାରେ ଏହି ଘଟଣା!

ନୂଆଦିଲ୍ଲୀ, ୨୭ା୬: ଆଗରୁ ମଧ୍ୟ ପୃଥିବୀ ଧ୍ୱଂସ ହୋଇଥିଲା । ୬.୬୦ କୋଟିବର୍ଷ ପୂର୍ବେ ଏକ ବଡ଼ ଗ୍ରହାଣୁ ପୃଥିବୀ ଉପରେ ପଡ଼ିଥିଲା । ଯାହାଫଳରେ ପୃଥିବୀରେ ରହୁଥିବା ୭୫ପ୍ରତିଶତ ପ୍ରାଣୀଙ୍କର ମୃତ୍ୟ ଘଟିଥିଲା । କିନ୍ତୁ ଏହାପୂର୍ବରୁ ମଧ୍ୟ ଏକ ଭୟଙ୍କର ଘଟଣା ଘଟିଥିଲା । ଯେଉଁଥି ପାଇଁ ସମଗ୍ର ପୃଥିବୀରେ ଥିବା ଉଦ୍ଦିଦ ଓ ସାମୁଦ୍ରିକ ପ୍ରାଣୀ ସବୁ ନଷ୍ଟ ହୋଇଯାଇଥିଲା । ଓଜୋନ ସ୍ତରରେ ଛିଦ୍ର ହେବା କାରଣରୁ ଏହି ପରି ଘଟଣା ଘଟିଥିଲା । ପୁଣି ଏହି ଘଟଣା ଘଟିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି ।


ପୂର୍ବରୁ ଗଛ ପୋଡ଼ିଯିବା କମ୍ବା ଜଳ ବିଶୁଦ୍ଧ ହେବା କାରଣରୁ ସାମୁଦ୍ରିକ ପ୍ରାଣୀ ନଷ୍ଟ ହୋଇଯାଇଥିବା ଘଟଣାର ଅନୁସନ୍ଧାନ କରିବା ପରେ ଓଜୋନ ସ୍ତରରେ ଛିଦ୍ର ହେବା କାରଣରୁ ଏହିପରି ହୋଇଥିଲା ବୋଲି ଜଣାପଡ଼ିଥିଲା । ଏନେଇ ଏକ ସାଇନ୍ସ ଆଡ଼ଭାନ୍ସ ନାମକ ପତ୍ରିକାରେ ପ୍ରକାଶ ପାଇଥିଲା । ସେଥିରେ ଲେଖାଅଛି ଯେ ବୈଜ୍ଞାନିକମାନେ ରିସର୍ଚ୍ଚ କରିବା ସମୟରେ ତାଙ୍କୁ ଏକ ପ୍ରାଚୀନ ପଥରର ଗର୍ତ୍ତରେ ଗଛ ଦେଖିବାକୁ ମିଳିଥିଲା । ପରେ ସେହି ଗଛ ଉପରେ ରିସର୍ଚ୍ଚ କରାଯାଇଥିଲା । ନଷ୍ଟ ହୋଇଯାଇଥିବା ଗଛ ଉପରେ ରିସର୍ଚ୍ଚ କରିବା ପରେ ଜଣାପଡ଼ିଥିଲା ଯେ ସୂର୍ଯ୍ୟଙ୍କର ଅତି ବାଇଗଣୀ ରଶ୍ମୀ ଯୋଗୁଁ ସେଗୁଡ଼ିକ ପୋଡ଼ି ଯାଇଥିଲା । ଆମ ପୃଥିବୀକୁ ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମୀକୁ ଓଜୋନ ସ୍ତର ବଞ୍ଚାଉଛି । କିନ୍ତୁ ପୂର୍ବରୁ ଏହି ଓଜନ ସ୍ତରରେ ଛିଦ୍ର ହେବା କାରଣରୁ ସବୁ ଜାଳି ପୋଡ଼ି ନଷ୍ଟ ହୋଇଯାଇଥିଲା । ଆଗକୁ ମଧ୍ୟ ଏହିପରି ଘଟଣା ଘଟିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

Get real time updates directly on you device, subscribe now.