fbpx

୪୦୦ ବର୍ଷ ପୁରୁଣା ମନ୍ଦିରରେ ସିଦ୍ଧାର୍ଥଙ୍କୁ ବିବାହ କରିବେ ଆଦିତି ରାଓ, ଫ୍ୟାନ୍ସଙ୍କୁ ଦେଲେ ଖୁସି ଖବର

ନୂଆଦିଲ୍ଲୀ: ବଲିଉଡଠାରୁ ସାଉଥ ପର୍ଯ୍ୟନ୍ତ ନିଜ ଆକ୍ଟିଙ୍ଗର ଜଲୱା ଦେଖାଇଥିବା ଆଦିତି ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ବହୁ ସମୟରୁ ନିଜ ସଂପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୁହିଁଙ୍କର ୨୮ ମାର୍ଚ୍ଚ ୨୦୨୪ରେ ନିର୍ବନ୍ଧ ହୋଇଥିଲା ଏବଂ ମୁଦୀ ପିନ୍ଧି ସେମାନେ ଫଟୋ ସେୟାର କରିଥିଲେ। ଏହାରି ମଧ୍ୟରେ ବର୍ତ୍ତମାନ ସିଦ୍ଧାର୍ଥଙ୍କୁ ଆଦିତି ରାଓ ବିବାହକୁ ନେଇ ଅପଡେଟ ସେୟାର କରିଛନ୍ତି। ଅଭିନେତ୍ରୀ ଖୁଲାସା କରିଛନ୍ତି ଯେ, ସେମାନେ ୪୦୦ ବର୍ଷ ପୁରୁଣା ମନ୍ଦିରରେ ସିଦ୍ଧାର୍ଥଙ୍କ ସହ ସାତଫେରା ନେବେ।

ଆଦିତି ରାଓ ଏବଂ ସିଦ୍ଧାର୍ଥ ନିର୍ବନ୍ଧ ହେବା ପରେ ଦୁହେଁ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହି ସମସ୍ତଙ୍କ ମଧ୍ୟରେ ବର୍ତ୍ତମାନ ଅଭିନେତ୍ରୀ ସିଦ୍ଧାର୍ଥଙ୍କୁ ବିବାହକୁ ନେଇ ଖୋଲାଖୋଲି ଆଲୋଚନା କରିଛନ୍ତି। ଆଦିତି ରାଓ ହାଇଦରୀ ନିଜ ବିବାହ ଏବଂ ସିଦ୍ଧାର୍ଥଙ୍କ ସହ ଲଭ ଷ୍ଟୋରୀକୁ ନେଇ ଭୋଗ୍ ଇଣ୍ଡିଆକୁ ଦେଇଥିବା ଇଣ୍ଟରଭ୍ୟୁରେ ଖୁଲାସା କରିଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ, ବାନାପର୍ଥୀ ପାଖରେ ଥିବା ୪୦୦ ବର୍ଷ ପୁରୁଣା ଶ୍ରୀରଙ୍ଗପୁରମ ମନ୍ଦିରରେ ସିଦ୍ଧାର୍ଥଙ୍କ ସହ ବିବାହ କରିବାକୁ ଯାଉଛନ୍ତି କାରଣ ତାଙ୍କ ପରିବାର ଲୋକେ ଚାହୁଁଛନ୍ତି ତାଙ୍କ ଦୁହିଁଙ୍କର ବିବାହ ସେହିଠାରେ ହେଉ।

Get real time updates directly on you device, subscribe now.