fbpx

ଆରପାରିରେ ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁ, ହୃଦଘାତରେ ହେଲା ଦେହାନ୍ତ

ସମ୍ବଲପୁର: ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ଦେହାନ୍ତ । ବ୍ରଜରାଜନଗର ସ୍ଥିତ ବାସଭବନରେ ୭୧ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଯାଇଛି । ୧୯୮୦-୮୫ରେ ସେ କଂଗ୍ରେସ ଟିକେଟରେ ବିଧାୟକ ହୋଇଥିଲେ । ୨୦୧୮ରୁ ମୃତ୍ୟୁ ଯାଏ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଦାୟିତ୍ୱ ତୁଲାଇଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

୧୯୫୪ ମସିହା ଏପ୍ରିଲ ୧ ତାରିଖରେ ସେ ସମ୍ବଲପୁରରେ ଜନ୍ମଗ୍ରହଣ କରିଥିଲେ । ନିକଟରେ ତାଙ୍କ ପତ୍ନୀ ଜଣେ ଶିକ୍ଷୟିତ୍ରୀ ଭାବେ ଅବସର ଗ୍ରହଣ କରିଥିଲେ । ଅଶ୍ୱିନୀ ଗୁରୁଙ୍କର ୨ ଝିଅ ଅଛନ୍ତି । ତେବେ ରାୟପୁରରେ ଚାକିରି କରୁଥିବା ବଡ଼ ଝିଅ ଆସିବା ପରେ ବ୍ରଜରାଜ ନଗରରେ ଅଶ୍ୱିନୀଙ୍କ ଶେଷ କୃତ୍ୟ ହେବ ବୋଲି ଜଣାପଡିଛି ।

Get real time updates directly on you device, subscribe now.