fbpx

ପ୍ୟାରିସ୍ ପାରା ଅଲିମ୍ପିକ୍ସ ୨୦୨୪: ଭାରତକୁ ୭ମ ପଦକ ଦେଲେ ନିଶାଦ କୁମାର, ହାଇ ଜମ୍ପରେ ଜିତିଲେ ରୌପ୍ୟ ପଦକ

ନୂଆଦିଲ୍ଲୀ: ରବିବାର ଭାରତର ଷ୍ଟାର ଏଥଲିଟ୍ ନିଶାଦ କୁମାର ଫ୍ୟାରିସ୍ ପାରା ଅଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ପୁରୁଷ ହାଇ ଜମ୍ପ୍‌(T47)ରେ ୨.୦୪ ମିଟରର ଡିଆଁ ମାରି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ନିଶାଦ କୁମାର ପାରା ଅଲିମ୍ପିକ୍ସ ଇତିହାସରେ ୨ୟ ଏବଂ ଭାରତ ପାଇଁ ସପ୍ତମ ପଦକ ଜିତିବାରେ ସଫଳ ହୋଇଛନ୍ତି । ଭାରତର ଅନ୍ୟ ପ୍ରତିଯୋଗୀ ରାମ ପାଲ ବ୍ୟକ୍ତିଗତ ସର୍ବଶ୍ରେଷ୍ଠରେ ୧.୯୫ ମିଟର ସହ ସପ୍ତମ ସ୍ଥାନରେ ରହିଛନ୍ତି । ସେହିପରି ଆମେରିକାର ୩ ଥର ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ରୋଡରିକ୍ ଟାଉନସେଣ୍ଡ୍ ରୋବର୍ଟ୍‌ସ ୨.୦୮ ମିଟର ସର୍ବଶ୍ରେଷ୍ଠ ଡିଆଁ ସହ ଚଳିତ ଥର ବି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

Get real time updates directly on you device, subscribe now.