fbpx

ଦଲୀପ ଟ୍ରଫିରୁ ବାଦ୍ ପଡ଼ିବେ ଇଶାନ୍ ! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ: ଦଲୀପ ଟ୍ରଫି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ସେପ୍ଟେମ୍ବର ୫ରେ ଆରମ୍ଭ ହେବାକୁ ଥିବା ଦଲୀପ ଟ୍ରଫି ମ୍ୟାଚରୁ ଇଶାନ୍ କିଶନ୍ ବାଦ୍ ପଡ଼ିପାରନ୍ତି । ଶ୍ରେୟସ ଅୟରଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଦଲୀପ ଟ୍ରଫି ମ୍ୟାଚ୍ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ସୂତ୍ରରୁ ପ୍ରକାଶ ଇଶାନ୍ କିଶନ୍ ନିଜେ ତାଙ୍କ ନାଁ ମ୍ୟାଚରୁ ପ୍ରତ୍ୟାହାର କରିଛନ୍ତି । ଏହା ପଛରେ କ’ଣ କାରଣ ରହିଛି କିଛି ସ୍ପଷ୍ଟ ହୋଇନାହିଁ ।

କହିରଖୁଛୁ ଦଲୀପ ଟ୍ରଫି ମ୍ୟାଚ୍ ଟେଷ୍ଟ ମ୍ୟାଚ୍ ଫର୍ମାଟରେ ଖେଳାଯାଏ । କିନ୍ତୁ ୫ ଦିନ ପରିବର୍ତ୍ତେ ୪ ଦିନ ମ୍ୟାଚ୍ ଚାଲିଥାଏ । ସେପ୍ଟେମ୍ବର ୧୯ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ୨ଟି ଟେଷ୍ଟ ମ୍ୟାଚ୍ ସିରିଜ୍ ପାଇଁ ଦଲୀପ ଟ୍ରଫି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ପୂର୍ବରୁ ଭାରତୀୟ ଟିମରୁ ଇଶାନ୍ କିଶନ୍ ବାଦ ପଡ଼ିବା ଦଳ ପାଇଁ ବଡ଼ ଝଟକା । ଇଶାନଙ୍କ ବାମ ହାତରେ ହାତରେ ଆଘାତ ଲାଗିବା କାରଣରୁ ସେ ଖେଳି ନ ପାରନ୍ତି । ଏଥିମଧ୍ୟରେ ଯଦି ସେ ସୁସ୍ଥ ହୋଇଯାଆନ୍ତି ତେବେ ପରବର୍ତ୍ତୀ ମ୍ୟାଚରେ ଭାରତୀୟ ଟିମରେ ସାମିଲ ହୋଇପାରନ୍ତି । ସେପ୍ଟେମ୍ବର ୧୨ରେ ଭାରତୀୟ ଟିମ୍ ଦଲୀପ ଟ୍ରଫିର ଦ୍ୱିତୀୟ ମ୍ୟାଚ୍ ଖେଳିବ । ଏହା ପୂର୍ବରୁ ବାଂଲାଦେଶ ସିରିଜ ପାଇଁ ଭାରତୀୟ ଟିମର ଚୟନ ହୋଇଯାଇଥିବ ବୋଲି ଆଶା କରାଯାଉଛି । ତେବେ ଇଶାନଙ୍କ ସ୍ଥାନରେ ୱିକେଟ ରକ୍ଷକ ତଥା ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ନିକଟରେ ଚେନ୍ନାଇରେ ଖେଳାଯାଇଥିବା ବୁଚି ବାବୁ ଟୁର୍ଣ୍ଣାମେଣ୍ଟରେ ଇଶାନ୍ କିଶନ୍ କେବଳ ଦଇଟି ମ୍ୟାଚରେ ଖେଳିଥିଲେ । କାରଣ ଦଳରେ ତାଙ୍କ ପ୍ରଦର୍ଶନ କିଛି ଖାସ ରହିନଥିଲା । ପ୍ରଥମ ଇନିଂସରେ ସେ ୧୧୪ ରନ୍ ସଂଗ୍ରହ କରିଥିଲେ ।

 

 

 

Get real time updates directly on you device, subscribe now.