fbpx

ସୁଭଦ୍ରା ଯୋଜନା ପାଇଁ କଲ୍ ସେଣ୍ଟରର ଉଦଘାଟନ: ଭୁବନେଶ୍ୱର OCACରୁ ମିଳିବ ସୂଚନା

ଭୁବନେଶ୍ୱର: ଓଡ଼ିଶାର ମହିଳା ହିତାଧିକାରୀମାନଙ୍କ ପାଇଁ  ‘ସୁଭଦ୍ରା ଯୋଜନା’ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ହିତାଧିକାରୀମାନଙ୍କୁ ସଠିକ୍ ସମୟରେ ଆବଶ୍ୟକୀୟ ସୂଚନା ଯୋଗାଇ ଦେବା ପାଇଁ ସରକାର କଲ୍ ସେଣ୍ଟର ଉଦଘାଟନ କରିଛନ୍ତି । ଭୁବନେଶ୍ୱରର ଆଚାର୍ଯ୍ୟ ବିହାରରେ ଥିବା ଓକାକ୍ ଅଫିସରେ ଏହି କଲ୍ ସେଣ୍ଟର ଆରମ୍ଭ କରାଯାଇଛି । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କଲ୍ ସେଣ୍ଟର ଉଦଘାଟନ କରିଛନ୍ତି ।

ସୁଭଦ୍ରା ଯୋଜନାକୁ ନେଇ କୌଣସି ଦ୍ୱନ୍ଦ୍ୱ ହେଲେ, କଲ୍ ସେଣ୍ଟରକୁ ପୋନ୍ କରି ହିତାଧିକାରୀ ସମସ୍ତ ଆବଶ୍ୟକୀୟ ସୂଚନା ବୁଝି ପାରିବେ । ତେବେ ଏହି କଲ୍ ସେଣ୍ଟରକୁ ଦୈନିକ ୨୦ରୁ ୨୫ ହଜାର କଲ୍ ଆସୁଥିବା ଜାଣିବାକୁ ମିଳିଛି । ଶେଷ ହିତାଦିକାରୀ ଏହି ଯୋଜନାର ସୁବିଦା ପାଇବା ପର୍ଯ୍ୟନ୍ତ କଲ୍ ସେଣ୍ଟର କାର୍ଯ୍ୟ କରିବ ବୋଲି କହିଛନ୍ତ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ ଆସନ୍ତା ୧୭ ତାରିକରେ ଏହି ଯୋଜନାର ପ୍ରଥମ କିସ୍ତି ପାଇବେ ହିତାଧିକାରୀ । ଏହାପରେ ମଧ୍ୟ ପ୍ରଥମ କିସ୍ତିର ଟଙ୍କା ପାଇପାରିବେ ହିତାଧିକାରୀ । ଓଡ଼ିଶାର ବିକାଶରେ ସୁଭଦ୍ରା ଯୋଜନା ଏକ ମୂଳପିଣ୍ଡ ହୋଇପାରିବ ବୋଲି କୁହାଯାଇଛି । ଯିଏ ଟଙ୍କା ଦାବି କରୁଛି ସୁଭଦ୍ରା କଲ୍ ସେଣ୍ଟରକୁ ଫୋନ୍ କରି ଅଭିଯୋଗ କରିପାରିବେ ।

Get real time updates directly on you device, subscribe now.