fbpx

ବଲିଉଡ ତାରକା କେତେ ଦିଅନ୍ତି ଟ୍ୟାକ୍ସ ? ସବୁଠୁ ଆଗରେ କିଙ୍ଗଖାନ୍

advance tax payment fy 2024 shah rukh khan become highest tax payer

ନୂଆଦିଲ୍ଲୀ:ବଲିଉଡ଼ ଷ୍ଟାରମାନେ ଯେତିକି ଆୟ କରନ୍ତି ସେହି ତୁଳନାରେ ଟ୍ୟାକ୍ସ ମଧ୍ୟ ଦେଇଥାନ୍ତି । ଶାହରୁଖ ଖାନଙ୍କ ଠାରୁ ନେଇ ଅମିତାଭ ବଚ୍ଚନଙ୍କ ଭଳି ତାରକା କୋଟି କୋଟି ଟଙ୍କା ଟ୍ୟାକ୍ସ ଦେଇଥାନ୍ତି । ତେବେ ଚଳିତ ବର୍ଷ ମଧ୍ୟ ଅନେକ ତାରକା ଆଡଭାନ୍ସ ଟ୍ୟାକ୍ସ ଦେଇଛନ୍ତି । ଯଦି ଆମେ ବଲିଉଡ ଷ୍ଟାର କିଙ୍ଗ ଖାନ କଥା ଦେଖିବା ତେବେ ଶାହରୁଖ ଖାନ ସର୍ବଦା ହେଡଲାଇନରେ ରହିଥାନ୍ତି । ପୂର୍ବ ବର୍ଷ ପଠାନ, ଯବାନ ଏବଂ ଡଙ୍କି ଭଳି 3ଟି ଫିଲ୍ମ ବେଶ ରୋଜଗାର କରିଥିଲା । ଏହି ଫିଲ୍ମଗୁଡିକ ମଧ୍ୟରୁ ଦୁଇଟି ବ୍ଲକବାଷ୍ଟର ମଧ୍ୟ ରହିଥିଲା । ବର୍ତ୍ତମାନ ଶାହରୁଖ ଖାନ ବଲିଉଡର ସବୁଠାରୁ ଅଧିକ ଟ୍ୟାକ୍ସ ଦେଉଥିବା ତାରକା ବୋଲି ଏକ ରିପୋର୍ଟ଼ରେ ପ୍ରକାଶ ପାଇଛି । ଅମିତାଭ ବଚ୍ଚନ ଟ୍ୟାକ୍ସ ପେୟରରେ ଆଗରେ ରହୁଥିବା ବେଳେ ଶାହରୁଖ ଖାନ ତାଙ୍କୁ ମଧ୍ୟ ଟପିଯାଇଛନ୍ତି । ଏନେଇ ଫର୍ଚୁନ ଇଣ୍ଡିଆର ରିପୋର୍ଟ ପ୍ରକାଶ ପାଇଛି ।

ଫର୍ଚୁନ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ, ଶାହରୁଖ ଖାନ ଆର୍ଥିକ ବର୍ଷ 2024 ପାଇଁ 92 କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି । ତେବେ ଶାହରୁଖଙ୍କ ପଛକୁ ରହିଛନ୍ତି ତାମିଲ ଅଭିନେତା ବିଜୟ । ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଏହି ରାଜନେତା 80 କୋଟିର ଟ୍ୟାକ୍ସ ଦେଇଛନ୍ତି । ଟପ୍ 5 ଇଣ୍ଡିଆନ ଟ୍ୟାକ୍ସ ପେୟର ଲିଷ୍ଟରେ ସଲମନ ଖାନଙ୍କ ନାମ ମଧ୍ୟ ରହିଛି । ବଲିଉଡ ଭାଇଜାନ 75 କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି ।

କିଏ କେତେ ଦେଇଛନ୍ତି ଟ୍ୟାକ୍ସ

ଶାହରୁଖ ଖାନ ଦେଇଛନ୍ତି 92 କୋଟି

ତାମିଲ ଅଭିନେତା ବିଜୟ ଦେଇଛନ୍ତି 80 କୋଟି

75 କୋଟି ଦେଇଛନ୍ତି ସଲମାନ ଖାନ୍

ଅମିତାଭ ବଚ୍ଚନ ଦେଇଛନ୍ତି 42 କୋଟି

ଅଜୟ ଦେବଗନ 42 କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି

ରଣବୀର କପୁର 36 କୋଟି ଦେଇଛନ୍ତି ।

Get real time updates directly on you device, subscribe now.