fbpx

ଶବସତ୍କାର ପାଇଁ ଯାଉଥିଲେ ପୁରା ପରିବାର, ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ, ୩ ଆହତ

ନୂଆଦିଲ୍ଲୀ:ଏକ ମର୍ମନ୍ତୁଦ ଦୁର୍ଘଟଣା ସାମ୍ନାକୁ ଆସିଛି। ଏକ ପବ୍ଲିକ ସ୍କୁଲ ପାଖେ ଦୁଇ କାର ଏବଂ ଏକ ଇ-ରିକ୍ସା ମଧ୍ୟରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ଘଟିଛି। ପୋଲିସ ଘଟଣାର ସୂଚନା ଦେଇ କହିଛି ଯେ, ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ୫ଜଣଙ୍କ ଘର ଉତ୍ତରପ୍ରଦେଶର ବାରାବଙ୍କୀ ଅଟେ, ଏବଂ ଏହି ଦୁର୍ଘଟଣାଟି କୁର୍ସି-ମହମୁଦାବାଦ ରାଜପଥରେ ଘଟିଛି। ଏହି ଦୁର୍ଘଟଣାରେ ୮ ବର୍ଷୀୟ ଶିଶୁ ସମେତ ତିନି ଜଣ ଲୋକେ ଗମ୍ଭୀର ଭାବେ ଆହତ ହୋଇଛନ୍ତି। ଏହି ସମସ୍ତ ଲୋକେ ଇ-ରିକ୍ସାରେ ସୀତାପୁର ଜିଲ୍ଲାର ମହମୁଦାବାଦରେ କୌଣସି ସଂପର୍କୀୟଙ୍କ ଶବସତ୍କାରରେ ସାମିଲ ହେବାକୁ ଯାଉଥିଲେ।

ପୋଲିସ କହିଛି ଯେ, ଗୁରୁବାର ଦିନ ବିଳମ୍ବିତ ରାତିରେ ଫତେହପୁରରୁ .. ଯାଉଥିବା ଏକ କାର ଇ-ରିକ୍ସାରେ ପିଟିହୋଇଥିଲା। ଏହାପରେ ସାମ୍ନାରୁ ଆସୁଥିବା କାର ପିଟି ହୋଇ ରାସ୍ତାକଡରେ ଥିବା ପୋଖରୀରେ ପଡିଥିଲା। ଇ-ରିକ୍ସାରେ ଥିବା ଗୋଟିଏ ପରିବାରର ଆଠଜଣ ସଦସ୍ୟ ଯାତ୍ରା କରୁଥିଲେ। ଏହି ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଏକତ୍ରୀତ ହୋଇଥିଲେ ଏବଂ ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ପୋଲିସ ଦୁଇ ଆହତଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚାଇଥିଲା। ସେଥିରୁ ଦୁଇଜଣଙ୍କର ପ୍ରାଣହାନୀ ଘଟିଥିଲା। ଅନ୍ୟ ୬ଜଣଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଥିରୁ ୩ଜଣ ମୃତ୍ୟୁ କରିଥିବା ଜଣାପଡିଛି।

Get real time updates directly on you device, subscribe now.