fbpx

ମାଆ ହେବାକୁ ହେଲେ ଖାଆନ୍ତୁନି ଏହି ଖାଦ୍ୟ, ନଚେତ..

which food and beverages to avoid during pregnancy

ନୂଆଦିଲ୍ଲୀ: ଗର୍ଭାବସ୍ଥା ସମୟରେ ମହିଳାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏହି ସମୟରେ ଖାଦ୍ୟପେୟ ଏବଂ ଲାଇଫଷ୍ଟାଇଲ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଗର୍ଭାବସ୍ଥାରେ ଖାଦ୍ୟପେୟ ବିଷୟରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଥାନ୍ତି । କାରଣ ଗର୍ଭାବସ୍ଥାରେ କୌଣସି ଖାଦ୍ୟ ଖାଇଲେ ଏହାର ସିଧାସଳଖ ପ୍ରଭାବ ଛୁଆ ଉପରେ ପଡିଥାଏ । ତେଣୁ ଖାଦ୍ୟପେୟର ବିଶେଷ ଧ୍ୟାନ ରଖିବା ଜରୁରୀ ବୋଲି କୁହାଯାଇଛି । ତେବେ ଜାଣନ୍ତୁ ଗର୍ଭାବସ୍ଥାରେ କଣ ଖାଇବା ଉଚିତ ଏବଂ କଣ ଖାଇବା ଅନୁଚିତ

ଗର୍ଭାବସ୍ଥାରେ କଣ ଖାଇବା ଅନୁଚିତ

  • କଞ୍ଚା ଅଣ୍ଡା-ସାଲମୋନେଲା ପାଇଁ ପେଟ ବ୍ୟଥା, ଜ୍ବର, ବାନ୍ତି ଏବଂ ଡିହାଇଡ୍ରେସନ ହେବାର ସମ୍ଭାବନା ରହିଥାଏ । ଏଥିପାଇଁ ଗର୍ଭାବସ୍ଥାରେ ଏହି ଖାଦ୍ୟଠାରୁ ଦୂରେଇ ରହିବା ଉଚିତ।
  • କଞ୍ଚା ମାଛ- ସାଧାରଣତଃ କିଛି ଲୋକେ କଞ୍ଚା ମାଛକୁ ତରକାରୀ କରି ଖାଇଥାନ୍ତି । କିନ୍ତୁ କେତେକ କ୍ଷେତ୍ରରେ ଏହା ଆଲର୍ଜିର କାରଣ ସାଜିପାରେ । ତେଣୁ ଏଭଳି ଖାଦ୍ୟରୁ ଦୂରେଇ ରହିବା ଉଚିତ ବୋଲି କୁହାଯାଇଛି ।
  • ମଦ- ଆଜିକା ସମୟରେ ମଦ ପିଇବା ଉଭୟ ପୁଅ ଏବଂ ଝିଅଙ୍କ ଠାରେ ଟ୍ରେଣ୍ଡ ସାଜିଛି । କିନ୍ତୁ ନିଶା ସେବନ ଦ୍ବାରା ଛୁଆର ବିକାଶ ଉପରେ ପ୍ରଭାବ ପଡିଥାଏ ।
  • କୈଫିନ- ଏହା ଖାଇବା ଦ୍ବାରା ଗର୍ଭପାତ ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।
  • ଧୂମ୍ରପାନ- ସର୍ବଦା ଗର୍ଭବତୀ ମହିଳାଙ୍କୁ ଧୂମ୍ରପାନ ଠାରୁ ଦୂରେଇ ରହିବା ଉଚିତ । ଏହା ଦ୍ବାରା ଛୁଆ ଉପରେ କୁପ୍ରଭାବ ପଡିଥାଏ ।
  • ଜଙ୍କ ଫୁଡ୍- ଗର୍ଭାବସ୍ଥାର ପ୍ରଥମ 3 ମାସ ଜଙ୍କ ଫୁଡ୍ ଠାରୁ ଦୂରେଇ ରହିବା ଉଚିତ । କଞ୍ଚା ଅମୃତଭଣ୍ଡାରେ ଲେଟେକ୍ସ ରହିଥିବା କାରଣରୁ ଏହା ଠାରୁ ଦୂରେଇ ରହିବା ଉଚିତ । ଏହାସହ ମାଛ, ମାଂସ, ଅଣ୍ଡାର ସେବନକୁ ମଧ୍ୟ କମାଇବା ଉଚିତ ।

ବିଦ୍ର- ଏହା ଓଡିଶା ଭାସ୍କରର ନିଜସ୍ବ ମତ ନୁହେଁ । ଏହା ଏକ ତଥ୍ୟ ଭିତ୍ତିକ ଖବର । କୌଣସି ଖାଦ୍ୟ ସେବନ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

Get real time updates directly on you device, subscribe now.