fbpx

ଟିଭି ନା ମୋବାଇଲ….କଣ ଦେଖିଲେ ଛୁଆଙ୍କ ଉପରେ ପଡିବ କୁପ୍ରଭାବ

Watching TV or mobile, which one will have a bad effect on the baby

ନୂଆଦିଲ୍ଲୀ: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ଛୁଆଙ୍କ ପାଇଁ ପରିବାର ଲୋକଙ୍କ ପାଖରେ ସମୟର ଅଭାବ ରହିଛି । ଛୋଟ ଛୁଆଙ୍କୁ ନିଜ ଠାରୁ ପିଛା ଛଡାଇବା ପାଇଁ ଟିଭି କିମ୍ବା ମୋବାଇଲର ସାହାଯ୍ୟ ନେଇଥାନ୍ତି  ଅଭିଭାବକ । କିନ୍ତୁ ଆପଣ ଜାଣିଛନ୍ତି କି ଏହାର କୁପ୍ରଭାବ ଛୁଆ ଉପରେ ପଡିଥାଏ । ଏହାଦ୍ବାରା ଛୁଆର ଶାରୀରିକ ଏବଂ ମାନସିକ ବିକାଶରେ ସମସ୍ୟା ହୋଇଥାଏ ।

ଆଧୁନିକ ସମାଜରେ ଛୁଆମାନେ ନିଜର ଏକ ବ୍ୟକ୍ତିଗତ ମୋବାଇଲ ବ୍ୟବହାର କରୁଛନ୍ତି । ଅଧିକ ସମୟ ଏହି ଗ୍ୟାଜେଟରେ ସମୟ ଅତିବାହିତ କରିଥାନ୍ତି । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ । ସ୍କ୍ରିନ ଟାଉମ କମ୍ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି, କାରଣ ଏହାର କୁପ୍ରଭାବ ମାନସିକ ସ୍ବାସ୍ଥ୍ୟ ଉପରେ ପଡିଥାଏ । ଏଥି ପାଇଁ ଛୁଆଙ୍କୁ ଟିଭି ଏବଂ ଫୋନ ଠାରୁ ଦୂରେଇ ରଖିବା ପାଇଁ ପରାମର୍ଶ ଦିଆଯାଇଛି ।

ଟିଭି ଏବଂ ଫୋନ୍ କେଉଁଟା ଅଧିକ କ୍ଷତିକାରକ- ଅଧିକ ସମୟ ଧରି ମୋବାଇଲ କିମ୍ବା ଟିଭି ଦେଖିବା ସ୍ବାସ୍ଥ୍ୟପକ୍ଷେ ହାନିକାରକ ହୋଇଥାଏ । ତେଣୁ ସ୍କ୍ରିନ ଟାଇମ୍ କମ୍ କରିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । କାରଣ ଏହି ଗ୍ୟାଜେଟରେ ଅଧିକ ସମୟ ଧରି ସମୟ ବିତାଇବା ପାଇଁ ଛୁଆମାନଙ୍କ ଭାବିବା ଏବଂ ଚିନ୍ତା କରିବା ଶକ୍ତି କମି ଯାଇଥାଏ । ମୋବାଇଲରେ ଅଧିକ ସମୟ ବିତାଇବା ଅପେକ୍ଷା ଟିଭି ଦେଖିବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

Get real time updates directly on you device, subscribe now.