fbpx

ସାଂସଦ ପଦରୁ ଇସ୍ତଫା ଦେଲେ ଟିଏମସି ସାଂସଦ ଜବାହର ସରକାର

ନୂଆଦିଲ୍ଲୀ: ଆର ଜି କର ହସ୍ପିଟାଲର ଘଟଣାକୁ ବିରୋଧ କରି ଟିଏମସିର ରାଜ୍ୟସଭା ସାଂସଦ ଜବାହର ସରକାର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ନିଜର ଇସ୍ତଫା ସୂଚନା ଦାଖଲ କରିଛନ୍ତି।

ସେ ଚିଠିରେ ଲେଖିଛନ୍ତି ଯେ, ଆର ଜି କର ହସ୍ପିଟାଲରେ ହୋଇଥିବା ଅତ୍ୟାଚାରକୁ ନେଇ ତାଙ୍କର ଆଶା ଥିଲା ଯେ; ସରକାର ସଙ୍ଗେ ସଙ୍ଗେ ବଡ ପଦକ୍ଷେପ ଉଠାଇବେ। ସେ ପୁରୁଣା ମମତା ବାନାର୍ଜୀଙ୍କ ଭଳି ନିଷ୍ପତ୍ତି ନେବେ। ହେଲେ ସେ କୌଣସି ମଧ୍ୟ ଶକ୍ତ ପଦକ୍ଷେପ ଉଠାଇନାହାନ୍ତି। ବର୍ତ୍ତମାନ ସେ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ବିଳମ୍ବ ହୋଇଛି। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ଶାନ୍ତି ପରିସ୍ଥିତି ରହିବା ଆବଶ୍ୟକ ଏବଂ ଦୋଷୀମାନଙ୍କୁ କଡା ଦଣ୍ଡ ମିଳିବା ଆବଶ୍ୟକ।

ସେ ଆଗକୁ କହିଛନ୍ତି, ‘ଆରଜି କର ହସ୍ପିଟାଲରେ ହୋଇଥିବା ଭୟାନକ ଘଟଣା ପରେ ବହୁତ ଦୁଃଖିତ। ମୋତେ ଆଶା ଥିଲା ଯେ, ମମତା ବାନାର୍ଜୀ ନିଜ ପୁରୁଣା ଉପାୟରେ ଏହି ମାମଲାରେ ହସ୍ତକ୍ଷେପ କରିବେ, ହେଲେ ଏପରି ହେଲା ନାହିଁ।’

Get real time updates directly on you device, subscribe now.