fbpx

ଆପଣ ବି ଜିମ୍ ଯାଉଛନ୍ତି କି ? ଭୁଲ ବୟସରେ ଗଲେ ହେବ ଗୁରୁତର ସମସ୍ୟା, ଜାଣନ୍ତୁ ସଠିକ ବୟସ

what is right age to start gym know fitness tips

ନୂଆଦିଲ୍ଲୀ:  ବର୍ତ୍ତମାନ ଛୋଟ ବୟସର ବ୍ୟକ୍ତିମାନଙ୍କ ମଧ୍ୟରେ ଫିଟନେସ କ୍ରେଜ ବୃଦ୍ଧି ପାଇବାରେ ଲାଗିଛି । ପେକ୍ସ, ମସଲ ଏବଂ ବଡି ତିଆରି କରିବା ପାଇଁ ଲୋକେ ଘଣ୍ଟାଘଣ୍ଟା ଜିମରେ ସମୟ ବିତାଉଛନ୍ତି । କେବଳ ପୁଅ ନୁହନ୍ତି ଝିଅମାନେ ମଧ୍ୟ ପତଳା ଏବଂ ଫିଗର ବନାଇବା ପାଇଁ ଜିମ୍ ଯାଉଛନ୍ତି । ଏଥିପାଇଁ ଉଭୟ ଯୁବକ ଏବଂ ଯୁବତୀ କମ୍ ବୟସରୁ ଜିମ୍ ଯାଇଥାନ୍ତି । ଯାହାକି ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । କମ୍ ବୟସରେ ଜିମ୍ ଯିବା ଦ୍ବାରା ଶରୀର ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଜିମ୍ ଯିବାର ମଧ୍ୟ ଏକ ସଠିକ ବୟସ ରହିଛି । ଏକ୍ସପର୍ଟଙ୍କ କହିବା ଅନୁସାରେ, ଗୋଟିଏ ବ୍ୟକ୍ତିର ଶାରୀରିକ ଏବଂ ମାନସିକ ବିକାଶ ଉପରେ ନିର୍ଭର କରେ ଜଣେ ବ୍ୟକ୍ତର ଜିମ୍ ଯିବାର ସଠିକ ସମୟ । ଯଦି କହିବା 16ରୁ 18 ବର୍ଷ ବ୍ୟକ୍ତିମାନେ ଜିମ୍ ଯିବା ଉଚିତ ବୋଲି କୁହାଯାଉଛି । କାରଣ ଏହି ବୟସରେ ଶାରୀରିକ ବିକାଶ ସମ୍ପୁର୍ଣ୍ଣ ହୋଇଯାଇଥାଏ ।

ସଠିକ ବୟସରେ ଜିମ୍ ଯିବାର ଉପକାରିତା- ସଠିକ ବୟସରେ ଜିମ୍ ଯିବା ଦ୍ବାରା ଶକ୍ତ ହୋଇଥାଏ ମାଂସପେଶୀ । ଓଜନ ନିୟନ୍ତ୍ରଣ ହେବା ସହିତ ସହନଶୀଳ ଶକ୍ତି ବୃଦ୍ଧି ପାଇଥାଏ । ଅନ୍ୟପଟେ ଓ୍ବାର୍କଆଉଟ କରିବା ଦ୍ବାରା ଏଣ୍ଡ୍ରୋଫିନ ହରମୋନ୍ ନିର୍ଗତ ହୋଇଥାଏ । ନିୟମିତ ବ୍ୟୟାମ କରିବା ଦ୍ବାରା ହାର୍ଟ ରୋଗ, ମଧୁମେହ ଏବଂ ରକ୍ତଚାପ ଭଳି ରୋଗ ହେବାର ସମ୍ଭାବନା କମ୍ ରହିଥାଏ ।

Get real time updates directly on you device, subscribe now.